ଖୋଲିବ କି ଡିଆରଡିଓ ତଥ୍ୟ ଲିକ୍ ରହସ୍ୟ, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ଖୋଲିବ କି ଡିଆରଡିଓ ତଥ୍ୟ ଲିକ୍ ରହସ୍ୟ, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ କରୁଥିବା ମହିଳା ଜଣଙ୍କ କିଏ? ସେ ଭାରତର ନା ପାକିସ୍ତାନର। ଅଭିଯୁକ୍ତମାନଙ୍କ ସହ ତାଙ୍କର କେବେ ଯୋଗାଯୋଗ ହେଲା? ଅଭିଯୁକ୍ତମାନେ ତଥ୍ୟ ଦେଇ କେତେ ଟଙ୍କା ପାଉଥିଲେ ଓ ସେମାନଙ୍କ  ଆକାଉଣ୍ଟକୁ କେତେ ଟଙ୍କା ଆସିଛି? ଅଭିଯୁକ୍ତମାନେ କେଉଁ କେଉଁ ତଥ୍ୟ ଦେଇଛନ୍ତି? ଭିଡିଓ ଗ୍ରାଫି, ଫଟୋ ଓ ଡକ୍ୟୁମେଣ୍ଟ ଆକାରରେ କିଛି ତଥ୍ୟ ଦେଇଛନ୍ତି  କି? ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି? ଅଭିଯୁକ୍ତ କାହାକୁ ଫୋନ୍ କରୁଥିଲେ? ଏପରି ଏକାଧିକ ପ୍ରଶ୍ନ ନେଇ ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଗିରଫ ୫ ଜଣଙ୍କୁ ଜେରା କରିବାକୁ ପ୍ରସ୍ତୁତ ହୋଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ସେମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଧ୍ୟ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସଡିଜେଏମ କୋର୍ଟ। ସେମାନଙ୍କୁ କଟକରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଡିଆରଡିଓରୁ ସେମାନେ କେଉଁ ତଥ୍ୟ କିଭଳି ଏବଂ କାହାକୁ ଲିକ୍ କରୁଥିଲେ, ସେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ୍ ଟିମ୍। ସେହିଭଳି ଅଭିଯୁକ୍ତମାନେ ଆର୍ଥିକ ଦୃଷ୍ଟିରୁ କେତେ ଫାଇଦା ନେଇଛନ୍ତି ଏବଂ ଏମାନଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେ ସମ୍ପର୍କରେ ତଦନ୍ତ ହେବ।

କ୍ରାଇମବ୍ରାଞ୍ଚ୍ ଏଡିଜି ଆହୁରି କହିଛନ୍ତି,  ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି? ଅଭିଯୁକ୍ତ କାହାକୁ ଫୋନ୍ କରୁଥିଲେ? ସେମାନଙ୍କ ପାଖକୁ ଅନ୍ତର୍ଜାତୀୟ ରାଜ୍ୟରୁ ଫୋନ୍ ଆସୁଥିଲା କି? ହନିଟ୍ରାପ କରୁଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କେମିତି ଆସିଲେ? ହନିଟ୍ରାପ ମହିଳା ଜଣଙ୍କର ବିଦେଶୀ ସଂସ୍ଥା ସହ ଲିକ୍ ଅଛି କି? ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ କାମ କରୁଥିଲେ କି ? ଏନେଇ କ୍ରାଇମବ୍ରାଞ୍ଚ ପ୍ରଶ୍ନ ପଚାରିବ।

ଏହି ମାମଲାର NIA ନୁହେଁ, ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ NIA ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ଡିଆରଡିଓରୁ ସୂଚନା ଲିକ୍ କରିଥିବା ଅଭିଯୋଗରେ ପୁଲିସ ଏସି ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ ଗେଟକିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର  ଓରଫ ଛତାଙ୍କୁ ଗିରଫ କରିଛି।

The post ଖୋଲିବ କି ଡିଆରଡିଓ ତଥ୍ୟ ଲିକ୍ ରହସ୍ୟ, ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/39eJ4Qm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages