ମାଛ ପାଇଁ ମହାଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ମାଛ ପାଇଁ ମହାଭାରତ

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର): ଗାଁ ପୋଖରୀରେ ମାଛ ଧରାକୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ହୋଇଛି ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଝାରକଟା ଗାଁରେ। ଗୁରୁତର ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୃଷ୍ଣ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଝାରକଟା ଗାଁ ମଝିରେ ଥିବା ପୋଖରୀରୁ ସାନ ସାହି ଓ ବଡ଼ ସାହିର ଲୋକ ମାଛ ଧରି ଭାଗବଣ୍ଟା କରି ନିଅନ୍ତି। ହେଲେ ଆଜି ବଡ଼ ସାହିର ଲୋକେ ଗାଁ ପୋଖରୀରୁ ମାଛ ଧରୁଥିଲେ। ଏହି ସମୟରେ ସାନ ସାହିର ଲୋକ ଆସି ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ସାହି ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଆଉ ଏଥିରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

କୃଷ୍ଣପ୍ରସାଦ ଥାନା ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଛି। ଚାପା ଉତ୍ତେଜନା ରହିଥିବାରୁ ଗାଁରେ ପୁଲିସ ମୁତୟନ ହୋଇଛନ୍ତି।

The post ମାଛ ପାଇଁ ମହାଭାରତ appeared first on Odisha Reporter.



from Odisha Reporter https://ift.tt/3DICcsz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages