ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ

କଟକ(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ବିବାଦ ସେତେ ତେଜିବାରେ ଲାଗିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ  ରହିଛନ୍ତି।  ଏହା ପ୍ରତିବାଦରେ ବିଜେପି ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି।

ମୂର୍ତ୍ତି ଉଚ୍ଚତା ବଢ଼ାଇବା ଦାବିରେ ଆଜି କଟକ ନଗର କଂଗ୍ରେସ ଓ କଟକର ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି ।  ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ ହେଉଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଉନ ପ୍ରତିବାଦରେ ସାମିଲ ହୋଇଛନ୍ତି । ସେପଟେ ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି  ।

ଏନେଇ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରନ୍ତୁ। ଲକ୍ଷ ଲକ୍ଷ ଲୋକଙ୍କ ଭାଗାବେଗ ସହ ଜଡ଼ିତ ରହିଛି କଟକ ଦୁର୍ଗା ପୂଜା। ତେଣୁ ପୂର୍ବ ପରି ମା’ଙ୍କ ମୂର୍ତ୍ତିର ଉଚ୍ଚତା ସହ ପୂଜା ନେଇ ଲାଗୁ କରିଥିବା କଟକଣା ହଟାଇବାକୁ ସରକାରଙ୍କ ନିକଟରେ ଦାବି କରୁଛୁ।

ଏଥିସହ ସେ କହିଛନ୍ତି, ଦୁର୍ଗା ପୂଜା କଟକବାସୀଙ୍କ ପରମ୍ପରା ସହ ଶହ ଶହ ବର୍ଷ ହେଲା ଜଡ଼ିତ ଅଛି। ତେଣୁ ସରକାର  କୋଭିଡ ନିୟମରେ ମୂର୍ତ୍ତିର ଉଚ୍ଚତା ସହ ପୂନାବୟବ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଅନ୍ତୁ। ଏଥିସହ ଯେପରି ପୂଜା ହେବା କଥା ସେପରି ଅନୁମତି ପ୍ରଦାନ କରନ୍ତୁ। ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଊଛି। ହେଲେ ଦୁମୁହାଁ ନୀତି ଆପଣାଉଥିବା ବିଜେଡି କଟକବାସୀଙ୍କ ଭାଗାବେଗକୁ ବୁଝିବାକୁ ପ୍ରସ୍ତୁତ ହେଉନି।

କଟକର ଏକ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କଟକର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ନେଇ ଆଲୋଚନା ହୋଇଥିଲା। ଏଥିନିମନ୍ତେ ନିଷ୍ପତ୍ତି ନେବାକୁ ସରକାର ୨ ଦିନ ସମୟ ମାଗିଥିଲେ। ଏହାପରେ ୧୦ ତାରିଖରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ, ଆଉ ବଢ଼ିବନି ବୋଲି ସଫା ସଫା କହିଥିଲେ SRC ପ୍ରଦୀପ ଜେନା।

ଏଥିସହ ସେ କହିଥିଲେ, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା। ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ। ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଥିଲୁ। ଯାହା ପରେ ସରକାର ନିଷ୍ପତ୍ତି ନେଲେ ଯେ ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ।

ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ସହଜେ ଗ୍ରହଣ କରିପାରି ନ ଥିଲେ ବିଭିନ୍ନ ରାଜନୈତିକ ଦଳ ତଥା କଟକର ବହୁ ପୂଜା ଅନୁଷ୍ଠାନ । ଏହାପରେ ଗତ  ସୋମବାର ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।

The post ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ, ଆଜି ମଉନ ପ୍ରତିବାଦ କରୁଛି କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3zgma5E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages