ଆସିବ ‘ସ୍ପୁଟନିକ୍‌-ଲାଇଟ୍‌’, ଥାର୍ଡ ଫେଜ୍‌ ଟ୍ରାଏଲ୍‌କୁ ଗ୍ରୀନ୍‌ ସିଗ୍‌ନାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

ଆସିବ ‘ସ୍ପୁଟନିକ୍‌-ଲାଇଟ୍‌’, ଥାର୍ଡ ଫେଜ୍‌ ଟ୍ରାଏଲ୍‌କୁ ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ: ଭାରତକୁ ଖୁବ୍‌ଶୀଘ୍ର ମିଳିପାରେ ଆଉ ଏକ ଟିକା। ଆସୁଛି ସିଙ୍ଗିଲ୍‌ ଡୋଜ୍‌ ଯୁକ୍ତ ଟିକା ‘ସ୍ପୁଟନିକ ଲାଇଟ୍‌’। ଭାରତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ଡ୍ରଗ୍ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ତଥା ଡିସିଜିଆଇ ତରଫରୁ ଏହାକୁ ମଞ୍ଜୁରୀ ମିଳିଛି।

ଭାରତରେ ଏହି ଟିକାର ଫେଜ୍‌-୩ ପରୀକ୍ଷା ପାଇଁ ଡିସିଜାଇ ଅନୁମତି ଦେଇଛି। କରୋନାରେ ଉପରେ ତିଆରି ହୋଇଥିବା ସବଜେକ୍ଟ ଏକ୍ସପର୍ଟ କମିଟି (SEC) ସ୍ପୁଟ୍‌ନିକ ଲାଇଟ୍‌ ଟ୍ରାଏଲ ମଞ୍ଜୁରୀ ଦେବା ପାଇଁ ସିଫାରିଶ କିରିଥିଲା।

ଏହା ପୂର୍ବରୁ ଜୁଲାଇ ମାସରେ ଏସ୍‌ଇସି ଋଷର ସିଙ୍ଗିଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ଭାବେ ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦେବା ଲାଗି ସିଫାରିଶ କରିଥିଲା। କିନ୍ତୁ ଭାରତରେ ପରୀକ୍ଷା ନହେବା କାରଣରୁ ଡିସିଜିଆଇ ସବଜେକ୍ଟ ଏକ୍ସପର୍ଟ କମିଟି ଏହାକୁ ଆଗ୍ରାହ୍ୟ କରି ଦେଇଥିଲେ।

ହାଇଦ୍ରାବାଦ ସ୍ଥିତ ଡଃ.ରେଡ୍ଡି ଲାବୋରୋଟରିଜ୍‌ ଗତ ବର୍ଷ ଋଷର ସ୍ପୁଟନିକ-ଭି ଟିକାକୁ ଭାରତରେ ପରୀକ୍ଷା ପାଇଁ ଋଷ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ସହ ଚୁକ୍ତି କରିଥିଲା। ସେପଟେ ଭାରତରେ ପରୀକ୍ଷା ପାଇଁ ଏସ୍‌ଇସି ଡଃ.ରେଡ୍ଡିକୁ ଋଷର ସ୍ପୁଟନିକର ସିଙ୍ଗିଲ୍‌ ଡୋଜ ଟିକାର ତଥ୍ୟ ମାଗିଥିଲା।

ଉଲ୍ଲେଖଯୋଗ୍ୟ, ନିକଟରେ ‘ଦି ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିଡ୍‌-୧୯ ବିପକ୍ଷରେ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ୭୮.୬% ରୁ ୮୩.୭% ଫଳପ୍ରଦ ହେଉଛି, ଯାହା ଅଧିକାଂଶ ଦୁଇ ଡୋଜ୍‌ ବିଶିଷ୍ଟ ଟିକା ଠାରୁ ଢ଼େର ଅଧିକ। ଆର୍ଜେଣ୍ଟିନାର ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ଟିକା ନେଇଥିବା ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନେ ଡାକ୍ତରଖାନା ଯିବା ସମ୍ଭାବନାକୁ ୮୨.୧% ରୁ ୮୭.୬% ପର୍ଯ୍ୟନ୍ତ ହ୍ରାସ ପାଉଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

The post ଆସିବ ‘ସ୍ପୁଟନିକ୍‌-ଲାଇଟ୍‌’, ଥାର୍ଡ ଫେଜ୍‌ ଟ୍ରାଏଲ୍‌କୁ ଗ୍ରୀନ୍‌ ସିଗ୍‌ନାଲ appeared first on Odisha Reporter.



from Odisha Reporter https://ift.tt/2VLXcO2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages