ସାଏରା ବାନୋ ଆଇସିୟୁରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ସାଏରା ବାନୋ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ: ହୃଦଘାତର ଶିକାର ହୋଇଛନ୍ତି ଦିବଙ୍ଗତ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ସ୍ତ୍ରୀ ତଥା ଭେଟେରାନ ଅଭିନେତ୍ରୀ ସାଏରା ବାନୋ। ହେଲେ ଏହି ହୃଦଘାତ ବିଶେଷ ଘାତକ ନ ଥିବା ବେଳେ ସାଏରା ବାନୋଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର।

ସୂଚନାଯୋଗ୍ୟ, ଛାତିରେ ଯନ୍ତ୍ରଣା ସହ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସାଏରା ବାନୋଙ୍କୁ ପ୍ରା ୩ ଦିନ ପୂର୍ବେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାଏରା ବାନୋଙ୍କ ସୁଗାର ଲେବୁଲ ବଢ଼ିଯାଇଥିବା ବେଳେ ବ୍ଲଡ ପ୍ରେସର ମଧ୍ୟ ହାଇ ଥିଲା।  ଏହାପରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଥିଲା।

ଏବେ ସେ ଡାକ୍ତରଙ୍କ ଦେଖାରେଖାରେ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ତେବେ ଏବେ ସେ ବିପଦମୁକ୍ତ ଥିବା ବେଳେ ସୁସ୍ଥ ହେଉଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଡିସଜାର୍ଚ କରାଯିବ ବୋଲି ହିନ୍ଦୁଜା ହସ୍ପିଟାଲର ଜଣେ ସିନିୟର ଡାକ୍ତର କହିଛନ୍ତି।

ଦିଲ୍ଲୀପ କୁମାର ଓ ସାଇରା ବାନୋ  ୧୯୬୬ ମସିହାରେ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ୨୨ ବର୍ଷ ବୟସ ବ୍ୟବଧାନ ଥିଲା। ପ୍ରାୟ ୫୫ ବର୍ଷ ଦୁହେଁ ସାଥୀ ହୋଇ ରହିଥିଲେ।  ହେଲେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲୀପ କୁମାର  ଜୁଲାଇ ୭ ତାରିଖରେ  ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡିଥିଲେ ସାଏରା। ଏହାପରେ ସେ ବେଶ୍‌ ଚୁପ୍‌ଚାପ ରହୁଥିଲେ। ତାଙ୍କୁ ଲଗାତାର ସ୍ୱାମୀ ଦିଲୀପ କୁମାରଙ୍କ କଥା ମନେ ପଡୁଥିଲା। ପରିବାର ଲୋକଙ୍କ ସହ ସଦାବେଳେ ସେ ଦିଲୀପଙ୍କ ବିଷୟରେ ହିଁ କଥା ହେଉଥିଲେ।

ସାଏରାଙ୍କ ନିକଟ ସମ୍ପର୍କିୟଙ୍କ କହିବା ମୁତାବକ, ସାଏରା ଏବେବି ବିଶ୍ୱାସ କରିପାରୁନାହାନ୍ତି ଯେ, ଦିଲୀପ ସାହାବ ଆଉ ଏ ଦୁନିଆରେ ନାହାନ୍ତି। ଯେତେବେଳେ ଦିଲୀପଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ମଧ୍ୟ ସାଏରା ତାଙ୍କ ମୃତଦେହ ପାଖରେ ବସି ରହି ତାଙ୍କୁ କେବଳ ଦେଖୁଥିଲେ।  ଡିପ୍ରେସନରେ ରହି ସାଏରାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା ବୋଲି କହିଛନ୍ତି।

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସାଏରାଙ୍କ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଛନ୍ତି।

The post ସାଏରା ବାନୋ ଆଇସିୟୁରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3mRq2HT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages