ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକରେ ଚାଷୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ରିପୋର୍ଟ ୭୨ଘଣ୍ଟା ମଧ୍ୟରେ ଗୃହକୁ ଦେବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ରୁଲିଂ ଦେଇଛନ୍ତି। କଂଗ୍ରେସ ବିଧାୟକମାନେ ଏହି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ଗୃହରେ ଉଦବେଗ ବ୍ୟକ୍ତ କରିବା ପରେ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି।
ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ତୁରେଇକେଲା ବ୍ଲକର କାଦବେଡ଼ା ଗାଁର ଚାଷୀ ବନଛୋରଙ୍କ ଆତ୍ମହତ୍ୟା କରିଥିବା ପ୍ରସଙ୍ଗ ଗୃହରେ ଉଠାଇ ଉଦବେଗ ବ୍ୟକ୍ତ କରିଥିଲେ। ଚାଷୀ ଆତ୍ମହତ୍ୟାର ତଦନ୍ତ ପାଇଁ ଗୋଟିଏ ହାଉସ କମିଟି ଗଠନ କରାଯାଉ ବୋଲି ମଧ୍ୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଥିଲେ। ତେବେ ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକମାନଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଥିଲେ। ୭୨ଘଣ୍ଟା ମଧ୍ୟରେ ଏହି ଚାଷୀ ଆତ୍ମହତ୍ୟା ଘଟଣାର ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
The post ଚାଷୀ ଆତ୍ମହତ୍ୟା ଅଭିଯୋଗ, ରୁଲିଂ ଦେଲେ ବାଚସ୍ପତି appeared first on Odisha Reporter.
from Odisha Reporter https://ift.tt/3DOwnJZ
No comments:
Post a Comment