ଜାକର୍ତା: ଜେଲ ଭିତରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜୀବନ୍ତ ଜଳିଗଲେ ୪୧ କଏଦୀ। ସେପଟେ ଆଉ ୩୯ କଏଦୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ।
ଜଣେ ସରକାରୀ ମୁଖପାତ୍ରଙ୍କ କହିବା ମୁତାବକ ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡିଥିଲେ। ଜୀବନ ବଞ୍ଚାଇ ଏପଟ ସେପଟ ଦୌଡିଥିଲେ। କିନ୍ତୁ କ୍ଷିପ୍ରଗତିରେ ନିଆଁ ବ୍ୟାପିବା ଯୋଗୁଁ ୪୧ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଗ୍ନିକାଣ୍ଡର କାରଣ ଜାଣିବାକୁ ଉଦ୍ୟମ ଚାଲିଛି। ମାଦକଦ୍ରବ୍ୟ କାରବାରରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କୁ ଉକ୍ତ ଜେଲରେ ରଖାଯାଇଥିଲା। ଏବେ ମଧ୍ୟ ସେଠାରୁ କଏଦୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଚଳାଇଥିବା କଥା ଆଇନ ଓ ମାନବ ଅଧିକାର ମନ୍ତ୍ରାଳୟ ଅଧୀନସ୍ଥ ଜେଲ୍ ବିଭାଗର ମୁଖପାତ୍ର ରିକା ଆପ୍ରିଆନ୍ତି କହିଛନ୍ତି।
ସେ କହିଛନ୍ତି ଯେ ଏହି ଜେଲର କ୍ଷମତା ହେଉଛି ୧୨୨୮। କିନ୍ତୁ ସେଠାରେ ଦୁଇ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଜେଲର ‘ସି ବ୍ଲକ୍’ରେ ୧୨୨ ଜଣ କଏଦୀ ଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ସଂଖ୍ୟକ ପୁଲିସ ଓ ସୈନିକଙ୍କୁ ସେବାରେ ଲଗା ଯାଇଥିଲା । ଅନେକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ବନ୍ଦୀ ଥିବା କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ମୁଖପାତ୍ର କହିଛନ୍ତି।
The post ଜେଲରେ ଅଗ୍ନିକାଣ୍ଡ, ଜଳିଗଲେ ୪୧ କଏଦୀ appeared first on Odisha Reporter.
from Odisha Reporter https://ift.tt/3yXfqcO
No comments:
Post a Comment