ପାଟନା: ଜଣେ ପ୍ରଧାନଶିକ୍ଷକ ଜଣେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ପୁଲିସ୍ ତାଙ୍କୁ ଥାନାକୁ ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାଟି ଘଟିଛି ବିହାରର କଟିହାର ଜିଲ୍ଲାର ସେମାପୁର ଅଞ୍ଚଳରେ ଥିବା ପିପରି ବହିୟାର ପ୍ରାଥମିକ ବିଦ୍ୟାଳୟରେ।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଧାନଶିକ୍ଷକ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ ଜୋରରେ ଚିତ୍କାର କରିବାରୁ ପାଖ ରାସ୍ତା ଦେଇ ଯାଉଥିବା ଲୋକେ ସ୍କୁଲ୍କୁ ଧାଇଁ ଆସିଥିଲେ। ସେମାନେ ପ୍ରଧାନଶିକ୍ଷକଙ୍କୁ ଏକ ରୁମ୍ରେ ବନ୍ଦ କରି ପୁଲିସ୍କୁ ଖବର ଦେଇଥିଲେ। ଏହା ଭିତରେ ଝିଅଟିର ପରିବାର ଲୋକେ ଓ ଗାଁର ଅନ୍ୟ ଲୋକମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।
ପୁଲିସ୍ ପ୍ରଧାନଶିକ୍ଷକଙ୍କୁ ସେଠାରୁ ଥାନାକୁ ନେବା ବେଳେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଠେଲାପେଲା କରିବା ସହିତ ବାଡ଼ିରେ ପିଟି ଥିଲେ। ପୂର୍ବରୁ ମଧ୍ୟ ଏହି ସ୍କୁଲ୍ରେ ଛାତ୍ରୀମାନଙ୍କ ସହିତ ଅସଦାଚରଣ କରାଯାଉଥିବା ଲୋକେ ଶୁଣିଥିଲେ। ତେଣୁ ଏହି ସଦ୍ୟ ଘଟଣାରେ ସେମାନେ ଉତ୍ତ୍ୟକ୍ତ ହୋଇ ପ୍ରଧାନଶିକ୍ଷକଙ୍କୁ ପିଟିଥିଲେ।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଏନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
The post ଛାତ୍ରୀଙ୍କ ଗାଲ କାମୁଡ଼ି ଦେଲେ ପ୍ରଧାନଶିକ୍ଷକ appeared first on Odisha Reporter.
from Odisha Reporter https://ift.tt/3lDyLLt
No comments:
Post a Comment