ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଅଧୀନରେ ଚାଲିଛି ବେଧଡ଼କ ପଥର ବ୍ଲାଷ୍ଟିଂ। ପ୍ରଶାସନର ଆଖି ଆଗରେ ଏହା ହେଉଥିବା ବେଳେ ସବୁ ଜାଣି କିଛି ନ ଜାଣିବା ଭଳି ଚୁପ୍ ରହୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବ୍ଲାଷ୍ଟିଂ ଯୋଗୁ ୪ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ପ୍ରତିଦିନ ଶହଶହ ଟ୍ରିପ୍ ପଥର ଉଠାଯାଇ ସବୁଜିମାକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି।
ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳରେ ଥିବା ଘର ଗୁଡ଼ିକ ଫାଟି ଗଲାଣି। ଅତ୍ୟଧିକ ପଥର ବ୍ଲାଷ୍ଟିଂ ସହ କ୍ରସର ୟୁନିଟ କାରଣରୁ ଚାଷ କାମରେ ବାଧା ସୃଷ୍ଟି ହେଉଛି। ପଥର ଗୁଣ୍ଡ ଉଡ଼ି ଜମିର ଉର୍ବରତା ନଷ୍ଟ ହେଉଥିବା ଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ଲାଷ୍ଟିଂ ଯୋଗୁ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି।
ଏହି ପଥର ଖଣିରୁ ୫ ବର୍ଷରେ ୫ ହଜାର ସିଏମ୍ ପଥର ଖନନ ପାଇଁ ଅନୁମତି ମିଳିଛି। ହେଲେ ତା’ବାଦ ଏବେ ୫୦୦ ମିଟର ଜଙ୍ଗଲ ଜମିକୁ ପଦା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।
ନୟାଗଡ଼ ଡିଏଫ୍ଓ ଧନରାଜ ଏଚଡି କହିଛନ୍ତି, ଜଙ୍ଗଲ ଜମି ପଦା କରିବା ସହ ବେଆଇନ ଖନନ ନେଇ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ତଦନ୍ତ କରିବେ। ଯଦି ଏଥିରେ ଖିଲାଫ ହୋଇଥାଏ, ତା’ହେଲେ ମାଫିଆ ଓ କ୍ରସର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବାଘୁଆପଲ୍ଲୀ ପଞ୍ଚାୟତ ସରପଞ୍ଚ ନବ କିଶୋର ସାହୁ କହିଛନ୍ତି,“ମାଫିଆ ମାନେ ବ୍ଲାଷ୍ଟିଂ କରି ଖଣି ଗୁଡ଼ିକୁ ଧ୍ୱଂସ କରି ସାରିଲାଣି। ବ୍ଲାଷ୍ଟିଂ ଯୋଗୁ ଘରର କାନ୍ଥ ଫାଟିଯିବା ସହ ରାସ୍ତା ଗୁଡ଼ିକ ଫାଟି ଆଁ କଲାଣି। ଆମେ ପ୍ରଶାସନଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଯଦି ଆମ ଅଭିଯୋଗ ନ ଶୁଣନ୍ତି, ତାହାହେଲେ ଆମେ ରାସ୍ତାକୁ ଓହ୍ଲାଇବୁ। ଏହାସହ ଜିଲ୍ଲାପାଳଙ୍କ ଅଫିସ ଘେରାଇ କରିବୁ।”
The post ଚାଲିଛି ବେଆଇନ ପଥର ବ୍ଲାଷ୍ଟିଂ, ଚାରିଟି ପଞ୍ଚାୟତର ଲୋକେ ହନ୍ତସନ୍ତ appeared first on Odisha Reporter.
from Odisha Reporter https://ift.tt/3kiL5Bf
No comments:
Post a Comment