ରାହୁଲ ଗାନ୍ଧିଙ୍କୁ ବି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ରାହୁଲ ଗାନ୍ଧିଙ୍କୁ ବି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ମନା

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତର ପ୍ରଦେଶର ଲଖିମପୁର ଖେରିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏଠାକୁ ଯିବାକୁ ଉଦ୍ୟମ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ ହୋଇଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ଗସ୍ତ ପାଇଁ ମଧ୍ୟ ଅନୁମତି ଦେବାକୁ ମନା କରିଦେଇଛନ୍ତି ଉତ୍ତର ପ୍ରଦେଶ ସରକାର।

ଆଜି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ମଣ୍ଡଳ ଲଖିମପୁର ଖେରି ଗସ୍ତ କରିବାର ଥିଲା। ରବିବାର ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ତରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ବର୍ଗଙ୍କୁ ସେମାନେ ଭେଟି ଥାଆନ୍ତେ। ହେଲେ ଅନ୍ୟ ବିରୋଧୀ ଦଳର ନେତାଙ୍କ ଭଳି ଉତ୍ତର ପ୍ରଦେଶ ସରକାର ରାହୁଲ ଆଣ୍ଡ କୋଙ୍କୁ ମଧ୍ୟ ଲଖିମପୁର ଖେରି ଯିବାକୁ ବାରଣ କରିଛନ୍ତି।

କଂଗ୍ରେସ ପକ୍ଷରୁ ଗସ୍ତର ଅନୁମତି ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖା ଯାଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଲଖିମପୁର ଖେରି ଯିବାକୁ ଚାହୁଁଥିବା କୁହାଯାଇଥିଲା। ଏଥିସହ ପ୍ରିୟଙ୍କାଙ୍କ ଗିରଫଦାରୀକୁ ବେଆଇନ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଥିଲା।

ତେବେ ଯୋଗୀ ସରକାର ଭିଡ଼ ପାଇଁ ଲାଗୁ ହୋଇଥିବା କଟକଣାକୁ ଆଧାର କରି ରାହୁଲ ଗାନ୍ଧିଙ୍କ ଲଖିମପୁର ଖେରି ଗସ୍ତକୁ ଅନୁମତି ଦେଇନାହାନ୍ତି। ସରକାର ଅନୁମତି ଦେଇ ନଥିବାରୁ ରାହୁଲ ଗାନ୍ଧି ଲଖିମପୁର ଖେରି ଯିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର।

ରାହୁଲ ଗାନ୍ଧି, ସଚିନ ପାଇଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ବରିଷ୍ଠ ନେତା କେସି ଭେନୁଗୋପାଲ ଲଖିମପୁର ଖେରି ଯିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ବାଘେଲ ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ବାହାରକୁ ଛଡ଼ା ଯାଇ ନଥିଲା। ଏହା ବିରୋଧରେ ସେ ଦୀର୍ଘ ସମୟ ଏୟାରପୋର୍ଟ ଚଟାଣରେ ଧାରଣା ଦେଇଥିଲେ। ଏହାପରେ ରାୟପୁର ଫେରି ଯାଇଛନ୍ତି। ଏହାକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି।

ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି। ସେବେଠାରୁ ଲଖିମପୁର ଖେରି ଯିବାକୁ ବିରୋଧୀ ଦଳର ନେତାମାନେ ଚାହୁଁଥିଲେ ହେଁ ସେମାନଙ୍କୁ ଅନୁମତି ମିଳୁନାହିଁ।

The post ରାହୁଲ ଗାନ୍ଧିଙ୍କୁ ବି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ମନା appeared first on Odisha Reporter.



from Odisha Reporter https://ift.tt/3ldcpkU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages