ଚାଷୀଙ୍କ ପରିବାରକୁ ଭେଟିପାରିବେନି ରାଜନେତା, ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଚାଷୀଙ୍କ ପରିବାରକୁ ଭେଟିପାରିବେନି ରାଜନେତା, ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଟକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ କୃଷକ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗତକାଲି କୃଷକ ଆନ୍ଦୋଳନରେ ଘଟିଥିବା ହିଂସାରେ ୪ ଚାଷୀଙ୍କ ସହ ୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଚାଷୀଙ୍କ ପରିବାରକୁ ଆଜି ଭେଟିବାକୁ ଯାଉଥିବା ବିଭିନ୍ନ ରାଜନୀତିକ ଦଳର ନେତାମାନଙ୍କୁ ପୁଲିସ୍‌ ଅଟକାଇବାରେ ଲାଗିଛି। ଚାଷୀଙ୍କ ପରିବାର ବର୍ଗଙ୍କୁ ରାଜନେତାମାନେ ଭେଟିପାରିବେ ନାହିଁ ବୋଲି ପୁଲିସ୍‌ ପକ୍ଷରୁ ଅଘୋଷିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆଜି ଭୋର ସମୟରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଅନ୍ୟ କଂଗ୍ରେସ ନେତାମାନେ ପୀଡ଼ିତ ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକ ରଖିଛି। ଆପ୍‌ ସାଂସଦ ସଞ୍ଜୟ ସିଂହ ଓ ଅନ୍ୟ କିଛି ଦଳୀୟ ନେତା ମଧ୍ୟ ପୁଲିସ୍‌ ଦ୍ୱାରା ଅଟକ ରହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ, ସପା ଓ ବିଏସ୍‌ପି ଭଳି ରାଜନୀତିକ ଦଳର ଶତାଧିକ କର୍ମୀ ଆଜି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତାକାଲି ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସପା ମୁଖ୍ୟ ଅଖିଲେଶ ଯାଦବ ଆଜି ନିଜ କର୍ମୀମାନଙ୍କ ସହ ରାସ୍ତାରେ ବସିଛନ୍ତି।

ରବିବାର ପ୍ରାଣ ହରାଇଥିବା ଚାଷୀମାନଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଆଜି ପ୍ରିୟଙ୍କା ଦଳୀୟ ନେତାଙ୍କ ସହ ଲଖିମପୁର ଯିବାକୁ ଚାହିଁଥିଲେ। ତେବେ ସେ ସୀତାପୁର ସ୍ଥିତ ହାରଗାଓଁରେ ପହଞ୍ଚିବା ପରେ ପୁଲିସ୍‌ ତାଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା। ଏହାକୁ ନେଇ ପ୍ରିୟଙ୍କା ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ପୁଲିସ୍‌ ତାଙ୍କୁ ସୀତାପୁର ଥାନାକୁ ନେଇ ଯାଇଥିବା କଂଗ୍ରେସ କହିଛି। ଏଥିସହ ଦଳୀୟ ସମର୍ଥକଙ୍କୁ ଥାନା ନିକଟକୁ ଆସିବା ପାଇଁ କହିଛି। ହାରଗାଓଁ ନିକଟରେ ପୁଲିସ୍ ତାଙ୍କୁ ଆଗକୁ ବଢ଼ିବାକୁ ନ ଦେବାରୁ ପ୍ରିୟଙ୍କା କହିଥିଲେ ଯେ “ଆପଣ ୱାରେଣ୍ଟ ଦେଖାନ୍ତୁ। ଆଗକୁ ନ ଯିବା ପାଇଁ ମିଳିଥିବା ନିର୍ଦ୍ଦେଶନାମା ଦେଖାନ୍ତୁ। ଯଦି ଆପଣ ନ ଦେଖାଇବେ, ତା’ହେଲେ ମୁଁ ଏଠାକୁ କୁଆଡ଼େ ଯିବି ନାହିଁ। ଯଦି ଆପଣ ମୋତେ ଜୋର ଜବରଦସ୍ତି କାର୍‌ରେ ଭର୍ତ୍ତି କରିବେ, ତା’ହେଲେ ମୁଁ ଆପଣଙ୍କ ନାଁରେ ଅପହରଣ ମାମଲା କରିବି। ପୁଲିସ୍ ବିପକ୍ଷରେ ନୁହେଁ, ଆପଣ(ମହିଳା ପୁଲିସ କର୍ମଚାରୀ)ଙ୍କ ବିରୋଧରେ ମୁଁ ରୁଜୁ କରିବି ବୋଲି ପ୍ରିୟଙ୍କା କହୁଥିବା ଦେଖିବାକୁ ମିଳିଛି।

ଏହି ସମୟରେ ପ୍ରିୟଙ୍କା ପାଖରେ ଛିଡ଼ା ହୋଇଥିବା ଦୀପେନ୍ଦ୍ର ହୁଡ୍ଡା ପୁଲିସ୍ ଅଧିକାରୀଙ୍କ ହାତ ଉଠାଇବାକୁ ନେଇ ଖପ୍ପା ହୋଇଥିଲେ। ପ୍ରିୟଙ୍କାଙ୍କୁ କିଏ ହାତ ଉଠାଇଥିଲା କି ନାହିଁ ସେକଥା ଜଣାପଡ଼ିନି। କେବଳ ହୁଡ୍ଡା କାହିଁକି ହାତ ଉଠାଉଥିଲ ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳିଛି।

ତାଙ୍କୁ ଜଣେ ପୁଲିସ୍ କର୍ମଚାରୀ ଜୋରଜବରଦସ୍ତ କାର ଆଡ଼କୁ ନେବା ସମୟରେ ପ୍ରିୟଙ୍କା ମଧ୍ୟ ଆପତ୍ତି ଉଠାଇଥିଲେ। ପ୍ରିୟଙ୍କା କହିଥିଲେ, “ଆପଣମାନେ ପୁଣି ଆରମ୍ଭ କଲେ। ଏହା ବନ୍ଦ କରନ୍ତୁ।”

ସୂଚନାଯୋଗ୍ୟ, ଗତକାଲି ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇ ୪ ଜଣ କୃଷକଙ୍କୁ ହତ୍ୟା କରିଥିବା ବେଳେ ୧୦ରୁ ଅଧିକ ଚାଷୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିଂସାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଚାଷୀମାନେ କେନ୍ଦ୍ରମନ୍ତ୍ରୀଙ୍କ କାର୍ରେ ବସିଥିବା ୪ ଜଣଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥିସହ ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

The post ଚାଷୀଙ୍କ ପରିବାରକୁ ଭେଟିପାରିବେନି ରାଜନେତା, ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଟକ appeared first on Odisha Reporter.



from Odisha Reporter https://ift.tt/3mjnSis

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages