ମୁମ୍ବାଇ :ଗତକାଲି ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଲେ ଦବଙ୍ଗ ଖାନ । ବଲିଉଡ୍ର ବାଦଶାହ ଶାହରୁଖ ଖାନଙ୍କ ପୁଅ ରେଭ୍ ପାର୍ଟିରେ ସାମିଲ ଥାଇ ଏନସିବି ଦ୍ୱାରା ବନ୍ଧା ହୋଇଥିବା ବେଳେ ଏହା ବି- ଟାଉନ୍ର ହଟ ଗସିପ ପାଲଟିଛି। ପୁଅ ଗିରଫଦାରୀ ଖବର ଶୁଣି ଅପ୍କମିଙ୍ଗ ମୁଭି ‘ପଠାନ୍’ର ସୁଟିଂ ଅଧାରୁ ଛାଡ଼ି ସ୍ପେନରୁ ଫେରି ଆସିଛନ୍ତି କିଙ୍ଗ ଖାନ୍। ଶାହରୁଖଙ୍କୁ ସାନ୍ତ୍ୱନା ଦେବାକୁ ସଲମାନ ମନ୍ନତରେ ପହଞ୍ଚିଥିବା ବେଳେ ଉଭୟଙ୍କ ମଧ୍ୟ ଆର୍ଯ୍ୟନଙ୍କ ଗିରଫଦାରୀ ନେଇ ଆଲୋଚନା ହୋଇଥିବା ଶୁଣିବାକୁ ମିଳୁଛୁ।
ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ସଲମାନ ମନ୍ନତ ବାହାରେ ସ୍ପଟ ହୋଇଥିବା ବେଳେ ତାଙ୍କୁ ଫଟୋଗ୍ରାଫରମାନେ ଘେରି ଯାଇଥିଲେ। ଏହାଦେଖି ନିଜ ରେଞ୍ଜ ରୋଭରର ଫ୍ରଣ୍ଟ ସିଟ୍ରେ ବସିଥିବା ସଲମାନ ଫଟୋଗ୍ରାଫରଙ୍କୁ ରାସ୍ତା ଛାଡ଼ିବାକୁ ଇସାରା କରିଥିଲେ। ସଲମାନ ଶାହାରୁଖଙ୍କ ଘରେ ପହଞ୍ଚିବାର ଭିଡିଓ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ୨୩ ବର୍ଷୀୟ ପୁଅ ଆର୍ଯ୍ୟନ୍ ଡ୍ରଗ୍ସ କେସ୍ରେ ଶନିବାର ରାତିରେ ଗିରଫ ହୋଇଥିଲେ । ୱିକେଣ୍ଡ ମସ୍ତିରେ ମସଗୁଲ୍ ହେବାକୁ ଯାଇ କ୍ରୁଜ୍ ଭିତରେ ଆୟୋଜିତ ଡ୍ରଗ୍ସ ପାର୍ଟି ମାମଲାରେ ତାଙ୍କୁ ଗିରଫ କରିଛି ମୁମ୍ବାଇ NCB। ଡାକ୍ତରୀ ପରୀକ୍ଷା ପରେ ସାଙ୍ଗ ଅରବାଜ ସେଠ୍ ମର୍ଚାଣ୍ଟ ଓ ମୁନମୁନ୍ ଧର୍ମେଚାଙ୍କ ସହ ଆର୍ଯ୍ୟନଙ୍କୁ ଧରି ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ କୋର୍ଟରେ ହାଜର କରାଇଛନ୍ତି । ଆର୍ଯ୍ୟନଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରିଛି।
View this post on Instagram
The post ରାତି ଅଧରେ ମନ୍ନତରେ ପହଞ୍ଚିଲେ ଦବଙ୍ଗ ଖାନ appeared first on Odisha Reporter.
from Odisha Reporter https://ift.tt/3Bci2FF
No comments:
Post a Comment