ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କୃଷି ଆଇନ୍କୁ ବିରୋଧ କରି ଧାରଣାରେ ବସିଛନ୍ତି ଚାଷୀ। ଦିଲ୍ଲୀ ସୀମାରେ ଚାଷୀ ଅଡି ବସିଛନ୍ତି। ଚାଷୀଙ୍କ ରାସ୍ତା ଅବରୋଧକୁ ନେଇ ଏବେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ।
ରାଜପଥ ଜାମ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଚାଷୀଙ୍କ ବିରୋଧ କରିବାର ଅଧିକାର ଅଛି କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇପାରିବ ନାହିଁ। ବିରୋଧୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ନିବେଦନ ଉପରେ କୋର୍ଟ ସେମାନଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ କହିଛନ୍ତି। ଦିଲ୍ଲୀ ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ଡିସେମ୍ବର ୭ରେ ପରବର୍ତ୍ତୀ ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ରାସ୍ତାରୁ ହଟିବା ନେଇ ସୁପ୍ରିମକୋର୍ଟ କୃଷକ ସଂଗଠନଗୁଡ଼ିକୁ ସମୟ ଦେଇଛନ୍ତି।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ୍କେ କୌଲ କହିଛନ୍ତି, ସଡକ ସଫା ହେବା ଉଚିତ। ଆମେ ବାରମ୍ବାର ଆଇନ ଗଠନ କରିପାରିବୁ ନାହିଁ। ତୁମର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ତୁମେ ରାସ୍ତା ଅବରୋଧ କରିପାରିବ ନାହିଁ। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ। ଲୋକେ ପ୍ରତିଦିନ ସେହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି। ତେଣୁ ରାସ୍ତା ଅବରୋଧ କରିବା ଦ୍ୱାରା ଅନେକ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ବାସ୍ତବରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ନୋଏଡା ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରାଯିବାକୁ ଆବେଦନକାରୀ ଦାବି କରିଥିଲେ ଏବଂ ଏହି କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ଖୋଲିବା ଉଚିତ୍।
ଗତ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବର୍ଷିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କାହିଁକି ବନ୍ଦ ରହିଛି? ପ୍ରତିବାଦରେ କରିବା କୌଣସି କ୍ଷତି ନାହିଁ, କିନ୍ତୁ ରାସ୍ତା ଅବରୋଧ କରାଯିବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।
Supreme Court says farmers have right to protest but roads can't be blocked indefinitely.
The court asks farmers' unions to file their response on petition seeking removal of protesting farmers from roads and posts the matter for hearing on December 7. pic.twitter.com/noV9y3NjW8
— ANI (@ANI) October 21, 2021
The post ଆନ୍ଦୋଳନ କର, କିନ୍ତୁ ରାସ୍ତା ବନ୍ଦ କରନି: ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/30LZQWa
No comments:
Post a Comment