ମନ୍ନତରେ ପଶିଲା ଏନସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

 ମନ୍ନତରେ ପଶିଲା ଏନସିବି

ମୁମ୍ବାଇ:ବଲିଉଡର ବାଦଶାହଙ୍କ ଆଲିସାନ ବଙ୍ଗଲା ମନ୍ନତରେ ପଶିଲା ଏନସିବି।  କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେବ ଜେଲ୍‌ରେ ଥିବା ପୁଅ ଆର୍ଯ୍ୟନଙ୍କୁ ଆଜି ଭେଟିଥିବା ବଲିଉଡ୍‌ର ସୁପରଷ୍ଟାର ଶାହରୁଖ ଖାଁଙ୍କ ଘରେ ପଶିଛି ଏନସିବି । ଏଥିସହ ଏନସିବି ଅଧିକାରୀ ତନ୍ନ ତନ୍ନ କରି ମନ୍ନତକୁ ଯାଞ୍ଚ କରୁଥିବା ଜଣାଯାଇଛି।

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଆର୍ଯ୍ୟନ ଜେଲ୍‌ରେ ରହିବା ଦିନଠୁ ଏନସିବିର ରାଡାରରେ ଥିଲା ମନ୍ନତ। ଯେକୌଣସି ମୁହୂର୍ତ୍ତରେ ଏହା ଉପରେ ଚଢ଼ାଉ ହୋଇପାରେ ବୋଲି ଚର୍ଚ୍ଚା ବି ଜୋର ଧରିଥିଲା। ଶେଷରେ ଆଜି ଫୁଲ୍‌ ଆକ୍ସନ ମୁଡରେ ମନ୍ନତରେ ଏଣ୍ଟ୍ରି ମାରିଛି ଏନସିବି। ଦେଖିବାକୁ ବାକି ରହିଲା ମନ୍ନତରୁ କ’ଣ ସୁରାଗ ପାଉଛି ଏନସିବି। ଏହାବାଦ ଆର୍ଯ୍ୟନଙ୍କ ଜାମିନ ଆବେଦନ ଥରକୁ ଥର ଖାରଜ ହୋଇଯାଉଥିବାରୁ ନିରାଶ ହୋଇଯାଇଛନ୍ତି ଖାନ୍‌ ଫ୍ୟାମିଲି। ଏପରି ସ୍ଥିତିରେ ମନ୍ନତରୁ କୌଣସି ସୁରାଗ ମିଳିଲେ ଆର୍ଯ୍ୟନଙ୍କ ସମସ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଏହାପୂର୍ବରୁ ଏନସିବିର ଏକ ଟିମ୍‌ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚି ତଲାସୀ କରିଛି। ଏଥିସହ ତାଙ୍କୁ ପଚରାଉଚରା ନିମନ୍ତେ ଆଜି ଅପରାହ୍ନ ୨ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ ସମନ କରାଯାଇଛି।

ସୂଚନାଯୋଗ୍ୟ, କ୍ରୁଜ୍ ପାର୍ଟି ବେଳେ ଆର୍ଯ୍ୟନ ଓ ଜଣେ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା। ପୂର୍ବ ଶୁଣାଣି ବେଳେ ଏନ୍‌ସିବି ପକ୍ଷରୁ ସେମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚାଟ୍ ମେସେଜଗୁଡ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା।  ତେବେ ସେହି ଅଭିନେତ୍ରୀଜଣକ କିଏ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବୋଲି ଜଣାଯାଇଛି। 

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ମହାରାଷ୍ଟ୍ରର କୌଣସି ଜେଲ୍‌ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସେମାନଙ୍କ ସଂପର୍କୀୟମାନେ ଭେଟିବା ଉପରେ କଟକଣା ରହିଥିଲା। ଆଜି ସେହି କଟକଣା ଉଠାଇ ଦିଆଯାଇଥିବା ବେଳେ ଶାହରୁଖ ତାଙ୍କ ପୁଅକୁ ଭେଟିଥିଲେ। ଜେଲ୍‌ରେ ପ୍ରାୟ ୧୫ ମିନିଟ୍ ଧରି ପୁଅ ସହିତ କଥା ହୋଇଥିଲେ କିଙ୍ଗ୍ ଖାଁ। ସାକ୍ଷାତକାର କୋଠରୀରେ ସେ ପୁଅକୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଏକ କାଚର ପାଚେରୀ ଥିଲା। ଉଭୟେ ଇଣ୍ଟରକମ୍‌ରେ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ସେଠାରେ ଜେଲ୍‌ କର୍ମଚାରୀ ଉପସ୍ଥିତ ଥିଲେ। ବାହାରକୁ ଆସିବା ପରେ ଶାହରୁଖ ଖାଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ନ କହି ପଳାଇ ଯାଇଥିଲେ।

The post  ମନ୍ନତରେ ପଶିଲା ଏନସିବି appeared first on Odisha Reporter.



from Odisha Reporter https://ift.tt/3Bdgcnn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages