ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରୁ ଜଣେ ବ୍ୟବସାୟୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟବସାୟଜଣଙ୍କ ହେଲେ ଦୟା ବାଘ। ତାଙ୍କ ଘର ସୁନାବେଡାର ରାଜିବ ନଗରରେ ବୋଲି ଜଣାପଡିଛି। ଦୟାଙ୍କୁ ୬୦ ବର୍ଷ ହୋଇଥିଲା। ସେ ସୁନାବେଡା ଟାଉନରେ ଅଟାକଳ ବସାଇ ବ୍ୟବସାୟ କରୁଥିଲେ।  

ଦୟା ଗତକାଲି ବିଳମ୍ବିତ ରାତିରେ ସୁନାବେଡ଼ାରୁ ଅଟାକଳ ବନ୍ଦ କରି ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଶରୀରର ଏକାଧିକ ସ୍ଥାନରେ କଟା ଦାଗ ରହିଛି । ମୃତଦେହ ନିକଟରେ ତାଙ୍କ ଗାଡ଼ି ପଡ଼ିଛି।

ଆଜି ସକାଳେ ଦୟାଙ୍କ ମୃତଦେହ ସୁନାବେଡା ଥାନା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ସାଇଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରିବା ପରେ ସତ୍ୟାସତ ଜଣାପଡ଼ିବ ବୋଲି ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା କହିଛନ୍ତି।

The post ଘରକୁ ଫେରୁଥିଲେ ଅଟାକଳ ବ୍ୟବସାୟୀ, ହାଣିଦେଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3AlL9VH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages