ଖୁବଶୀଘ୍ର କ୍ୟାଟ୍ରିନା ଓ ଭିକିଙ୍କ ହେବ ନିର୍ବନ୍ଧ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଖୁବଶୀଘ୍ର କ୍ୟାଟ୍ରିନା ଓ ଭିକିଙ୍କ ହେବ ନିର୍ବନ୍ଧ!

ମୁମ୍ବାଇ: ଖୁବଶୀଘ୍ର ଉରି ଫେମ୍‌ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ହେବ ନିର୍ବନ୍ଧ। ଏବେ ଆଉ ଲୁଚାଛପାରେ ନୁହେଁ ଖୁଲମଖୁଲା ନିଜ ସମ୍ପର୍କ ଉପରେ ମୋହର ମାରିବେ ଏହି ଲଭ୍‌ ବାର୍ଡ। ଏକଥା ଆମେ କହୁନୁ, ନିକଟରେ ଏହାର ଖୁଲାସା କରିଛନ୍ତି ଖୋଦ୍‌ ଅଭିନେତା ଭିକି କୌଶଲ।

ଏବେ ଭିକି ତାଙ୍କ ଅପ୍‌କମିଂ ଫିଲ୍ମ ‘ସରଦାର ଉଦ୍ଧମ ସିଂ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। କିନ୍ତୁ ଅନ୍ୟପଟେ କ୍ୟାଟ୍ରିନାଙ୍କ ସହ ଡେଟିଂ ଖବରକୁ ନେଇ ମଧ୍ୟ ଭିକି ଲାଇମଲାଇଟରେ ଅଛନ୍ତି। ଦୁହେଁ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଲୁଚାଚପା ଦେଖାସାକ୍ଷାତ ମଧ୍ୟ ହେଉଛି। କିନ୍ତୁ କ୍ୟାମେରା ସାମ୍ନାରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଚୁପ ରହୁଛନ୍ତି।

ନିକଟରେ ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ସରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଏହି ଖବରକୁ ଦୁହେଁ ଅସ୍ୱୀକାର କରିଥିଲେ। ଏବେ ଏକ ସାକ୍ଷାତକାରେ ଭିକି ଏହି ଗୁଜବକୁ ନେଇ କହିଛନ୍ତି ଯେ ହଁ ଆଜି ନୁହେଁ ତ କାଲି ମୁଁ ବି ବିବାହ ବନ୍ଧନରେ ଆବଦ୍ଧ ହେବି। ମୁଁ ମଧ୍ୟ ଖୁବ୍‌ ଶୀଘ୍ର ନିର୍ବନ୍ଧ କରିବି…। ଯେତେବେଳେ ସମୟ ଆସିବ.. ଏବିଷୟରେ କହିବି। ତେବେ ଭିକି କାହା ସହ ନିର୍ବନ୍ଧ କରିବେ ସେ ନେଇ କିଛି କହିନାହାନ୍ତି। ସେ ନିଶ୍ଚିତ ରୂପେ କ୍ୟାଟ୍ରିନାଙ୍କ ଆଡକୁ ଇସାରା କରିଥିବା ନେଇ ଏବେ ବିଭିନ୍ନ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ଭିକି ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଥିବା ସମ୍ପର୍କ ଖବର ପ୍ରଥମ ଥର ପାଇଁ ଆମ୍ବାନୀଙ୍କ ହୋଲି ଉତ୍ସବରେ ସାମ୍ନାକୁ ଆସିଥିଲା । ଏହାପରେ, ବେଳେବେଳେ ଭିକି କ୍ୟାଟ୍ରିନାଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଅଗଷ୍ଟ ମାସରେ ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ସରିଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ କ୍ୟାଟ୍ରିନାଙ୍କ ପ୍ରବକ୍ତା ଏହି ଖବରକୁ ଖଣ୍ଡନ କରିବା ସହ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଥିଲେ।

The post ଖୁବଶୀଘ୍ର କ୍ୟାଟ୍ରିନା ଓ ଭିକିଙ୍କ ହେବ ନିର୍ବନ୍ଧ! appeared first on Odisha Reporter.



from Odisha Reporter https://ift.tt/3FX8P6L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages