ମୁଖା ଖୋଲି ଦେଇଥା’ନ୍ତେ ମମିତା!; ପୁଲିସ୍ ହେପାଜତରୁ ଗୋବିନ୍ଦ ସାହୁ ଚମ୍ପଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ମୁଖା ଖୋଲି ଦେଇଥା’ନ୍ତେ ମମିତା!; ପୁଲିସ୍ ହେପାଜତରୁ ଗୋବିନ୍ଦ ସାହୁ ଚମ୍ପଟ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ୍‌। ଫେରାର ହୋଇଯାଇଛନ୍ତି ୪ ଦିନ ଧରି ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ। ଟିଟିଲାଗଡ଼ ପୁଲିସ୍ ହେପାଜତରୁ ସେ ଚମ୍ପଟ ମାରିଛନ୍ତି। ତାଙ୍କୁ ଟିଟିଲାଗଡ଼ ପୁଲିସ୍ ବ୍ୟାରେକ୍‌ରେ ରଖାଯାଇଥିବା ବେଳେ ଗତକାଲି ରାତିରେ ସେ ହାତ ଧୋଇଯିବେ କହି ଖସି ପଳାଇଥିଲେ ବୋଲି କୁହାଯାଇଛି। ସେତେବେଳେ ପାୱାର କଟ୍‌ ହୋଇଥିଲା ବୋଲି ମଧ୍ୟ କୁହାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ  ଏହି ଘଟଣାରେ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଅନ୍ୟପକ୍ଷରେ ଗୋବିନ୍ଦ ସାହୁ ଏମିତି ଚମ୍ପଟ ମାରିବା କଥାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେ ଫେରାର ହୋଇଯାଇଛନ୍ତି ନା ତାଙ୍କୁ ଫେରାର କରି ଦିଆଯାଇଛି, ସେ ନେଇ ପ୍ରଶ୍ନ ଉଠିଛି।ସୂଚନା ମିଳିଛି ଯେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ପୁଲିସ୍ ଯୋଜନା କରିଥିଲା।

ନିଖୋଜ ଶିକ୍ଷୟିତ୍ରୀଙ୍କ ଭାଇ ବଣ୍ଟି ମେହେର କହିଛନ୍ତି ଯେ ଗତକାଲି ତାଙ୍କୁ ଏସ୍‌ଡିପିଓ ଡକାଇଥିଲେ। ତଦନ୍ତର ଅଗ୍ରଗତି ସଂପର୍କରେ ତାଙ୍କୁ କହିଥିଲେ। ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ଗୋବିନ୍ଦ ସାହୁଙ୍କୁ ଗତକାଲି ରାତିରେ ଭୁବନେଶ୍ୱର ପଠାଯିବ ବୋଲି ମଧ୍ୟ ସେ କହିଥିଲେ। କିନ୍ତୁ ସକାଳୁ ଆମେ ଜାଣିଲୁ ଯେ ଗୋବିନ୍ଦ ସାହୁ ଫେରାର ହୋଇଯାଇଛନ୍ତି।

ପୁଲିସ୍ ଗୋବିନ୍ଦ ସାହୁଙ୍କୁ ଫେରାର କରାଇ ଦେଇଛି ବୋଲି ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଭାଇ କହିଛନ୍ତି, ମନ୍ତ୍ରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି ବୋଲି କୁହାଯାଉଥିଲା। ଏହା ଏବେ ପ୍ରମାଣିତ ହୋଇଛି। ମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ଥିବାରୁ ତାଙ୍କୁ ପୁଲିସ୍ ମାନେ ଫେରାର କରାଇ ଦେଇଛନ୍ତି।  ନହେଲେ ପୁଲିସ୍ ହେପାଜତରୁ ସେ ଖସି ଗଲେ କେମିତି?

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗତକାଲି ଆଉ କିଛି କଥା ସାମ୍ନାକୁ ଆସିଥିଲା। ଏକ ମୋବାଇଲ୍ ଫୋନ୍ ବାର୍ତ୍ତାଳପ ସାମ୍ନାକୁ ଆସିଥିଲା। ଏଥିରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଜଣେ ସହଯୋଗୀ ଗୋବିନ୍ଦ ସାହୁ ଝିଅମାନଙ୍କ ସହିତ ଅନୈତିକ ସଂପର୍କ ରଖୁଥିବା କଥା କହିଥିଲେ। ସେ ଏ କଥା ମମିତାଙ୍କ ଜଣେ ସଂପର୍କୀୟ ଭାଇଙ୍କୁ କହିଥିଲେ। ଏହାକୁ ମମିତା ବିରୋଧ କରୁଥିଲେ। ସେ ଏଥିପାଇଁ ଗୋବିନ୍ଦ ସାହୁଙ୍କୁ ବରବାଦ କରି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ଏମିତି କି ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ କରି ସାରିଥିଲେ। କିନ୍ତୁ ତା’ପୂର୍ବରୁ ଏମିତି ଘଟଣା ଘଟିଗଲା ବୋଲି ମମିତାଙ୍କ ସହଯୋଗୀ ଜଣଙ୍କ କହିଥିଲେ।

ସେହିପରି ଗୋବିନ୍ଦ ସାହୁଙ୍କ ସ୍କୁଲ୍‌ରେ ସେକ୍ସ ସ୍କ୍ୟାଣ୍ଡେଲ କଥା ସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା କଥା ମଧ୍ୟ ଉଠିଛି। କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବା ସହିତ ତାଙ୍କୁ ବରଖାସ୍ତ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି ଯେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିରେ ଦଳ ପକ୍ଷରୁ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ୮ ତାରିଖରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଅଛନ୍ତି। ସେହିଦିନ ଗୋବିନ୍ଦ ସାହୁ ହିଁ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ତାଙ୍କୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି ମମିତା। ତାଙ୍କୁ ଖୋଜିବାକୁ ପୁଲିସ୍ ୮ଟି ଟିମ୍ ଗଠନ କରିଛି। ତାଙ୍କ ଏଯାଏଁ ପତ୍ତା ମିଳି ନଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଫେରାର ହୋଇଯାଇଛି। ତାଙ୍କୁ ଖୋଜିବାକୁ ବି ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି।

 

The post ମୁଖା ଖୋଲି ଦେଇଥା’ନ୍ତେ ମମିତା!; ପୁଲିସ୍ ହେପାଜତରୁ ଗୋବିନ୍ଦ ସାହୁ ଚମ୍ପଟ appeared first on Odisha Reporter.



from Odisha Reporter https://ift.tt/2Z4ZYzl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages