ଚାଲିଗଲେ ରାମକୃଷ୍ଣ ମଠର ମହାରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ଚାଲିଗଲେ ରାମକୃଷ୍ଣ ମଠର ମହାରାଜ

କୋଲକାତା: ପଶ୍ଚିମବଙ୍ଗରେ ଥିବା ରାମକୃଷ୍ଣ ମଠର ବରିଷ୍ଠ ମହନ୍ତ ସ୍ୱାମୀ ଅମୀୟନନ୍ଦଜୀ ମହାରାଜଙ୍କ ଦେହାନ୍ତ ହୋଇଛି। ରବିବାର ରାତିରେ ଗୋଟିଏ ଧାର୍ମିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ମଠ କର୍ତ୍ତୃପକ୍ଷ କହିଛନ୍ତି, ବାର୍ଦ୍ଧକ୍ୟଜନକ ରୋଗକୁ ମହାରାଜ ଦୀର୍ଘ ଦିନ ହେଲା ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିଲେ। ରବିବାର ରାତି ପ୍ରାୟ ୮.୨୫ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି। ସ୍ୱାମୀ ଅମୀୟନନ୍ଦଜୀ ମହାରାଜ ଜୟାରାମବତୀ କେନ୍ଦ୍ରର ମୁଖ୍ୟ ଭାବେ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ। ସେହିପରି ସେ ଢାକା ସେଣ୍ଟର୍‌ର ମୁଖ୍ୟ ଭାବେ ବିଭିନ୍ନ ପର୍ଯ୍ୟାୟରେ ୩ ବର୍ଷ ପାଇଁ କାମ କରିଛନ୍ତି।

ମହାରାଜଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ରଖାଯିବ। ଶ୍ରଦ୍ଧାଳୁମାନେ ଅପରାହ୍ନ ୩.୩୦ରୁ ୫.୩୦ ଯାଏ ତାଙ୍କ ଅନ୍ତିମ ଦର୍ଶନ କରିପାରିବେ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ରାମକୃଷ୍ଣ ମଠ ପକ୍ଷରୁ କରାଯାଇଛି। ଅନ୍ତିମ ଦର୍ଶନ ପରେ ରାତି ପ୍ରାୟ ୯ଟା ବେଳେ ମଠ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ହେବ।

ମହାରାଜଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମହାରାଜଙ୍କ କାମ ଓ ଜୀବନୀ ମଠ ଏବଂ ମିଶିନ ଅନୁଗାମୀଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ବିୟୋଗରେ ଧାର୍ମିକ ଜଗତରେ ଅପୂରଣୀୟ ଶୂନସ୍ଥାନ ସୃଷ୍ଟି କରିଛି ବୋଲି ଦିଦି କହିଛନ୍ତି।

The post ଚାଲିଗଲେ ରାମକୃଷ୍ଣ ମଠର ମହାରାଜ appeared first on Odisha Reporter.



from Odisha Reporter https://ift.tt/3lXAIE9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages