ପଞ୍ଜାବ ପ୍ରସଙ୍ଗ ଉଠିବାରୁ ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କ କଥା ଉଠାଇଲେ କହ୍ନେୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

ପଞ୍ଜାବ ପ୍ରସଙ୍ଗ ଉଠିବାରୁ ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କ କଥା ଉଠାଇଲେ କହ୍ନେୟା

ନୂଆଦିଲ୍ଲୀ: ‘ଗୋଟିଏ ପରିବାରରେ ସବୁ ବେଳେ କିଛି ନା କିଛି ସମସ୍ୟା ଦେଖାଯାଏ। କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିନ ଗଡ଼କରୀଙ୍କ ମଧ୍ୟରେ ଥିବା ମତଭେଦକୁ ଏଡ଼ାଇ ଦିଆଯାଉଛି?’ ପଞ୍ଜାବ ପ୍ରସଙ୍ଗରେ ପଚରାଯିବାରେ ଆଜି ଗଣମାଧ୍ୟମରେ ଏଭଳି ଢଙ୍ଗରେ ଉତ୍ତର ଦେଇଛନ୍ତି ତିନି ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବା କହ୍ନେୟା କୁମାର।

ସେ କହିଛନ୍ତି, କଂଗ୍ରେସ ହେଉଛି ଏକ ମାତ୍ର ଦଳ ଯାହା ବିଜେପିକୁ ଟକ୍କର ଦେଇପାରିବ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କିଏ ନେତୃତ୍ୱ ନେବ- ରାହୁଲ ଗାନ୍ଧି ନା ମମତା ବାନାର୍ଜୀ, ତାହା ଲୋକେ ନିଷ୍ପତ୍ତି କରିବେ।

କଂଗ୍ରେସରେ ଯୋଗ ଦେବା ପ୍ରସଙ୍ଗରେ କହ୍ନେୟା କହିଛନ୍ତି, କଂଗ୍ରେସ ଏକ ବଡ଼ ଜାହାଜ। ଏହା ବଞ୍ଚିଲେ ଛୋଟ ଡଙ୍ଗା ବଞ୍ଚିବେ। ସେହିଭଳି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭଳି ମୁଁ ବି ମନେ କରେ ଯେ ଯଦି କଂଗ୍ରେସକୁ ବଞ୍ଚାଇ ରଖାଯିବ ନାହିଁ, ତା’ହେଲେ ଦେଶ ବି ବଞ୍ଚିବ ନାହିଁ। ଦେଶ ଏବେ ୧୯୪୭ ପୂର୍ବାବସ୍ଥାକୁ ପଳାଇଲାଣି। କଂଗ୍ରେସ ହେଉଛି ଏକ ମାତ୍ର ଦଳ ଯାହା ମହାତ୍ମା ଗାନ୍ଧୀ ଓ ଭଗତ ସିଂହଙ୍କ ଆଦର୍ଶକୁ ଆଗେଇ ନେବ।

ସେହିଭଳି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। କହ୍ନେୟା କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବର୍ତ୍ତମାନ ସମୟର ଗୋବିନ୍ଦା, ଯିଏ ତାଙ୍କ ପୋଷାକ ବାରମ୍ବାର ପରିବର୍ତ୍ତନ କରନ୍ତି। ଏବେ ଆମକୁ ତାଙ୍କ ବିରୋଧରେ ଲଢ଼ିବାକୁ ହେବ। ସମ୍ବିଧାନ ଓ ଦେଶକୁ ରକ୍ଷା କରିବା ଆମର ପ୍ରାଥମିକତା ହେବା ଉଚିତ୍।

The post ପଞ୍ଜାବ ପ୍ରସଙ୍ଗ ଉଠିବାରୁ ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କ କଥା ଉଠାଇଲେ କହ୍ନେୟା appeared first on Odisha Reporter.



from Odisha Reporter https://ift.tt/3kWvLKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages