ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ, ଲାଗୁ ହେବ ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ, ଲାଗୁ ହେବ ୧୪୪ ଧାରା

ଯାଜପୁର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ । ଏଥିସହ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ । କରୋନାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସେବାୟତମାନେ ମଧ୍ୟ ସ୍ୱାଗତ କରିଛନ୍ତି।

ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ । କିନ୍ତୁ ରଥକୁ ସ୍ପର୍ଶ କରିପାରିବେ ନାହିଁ।  ଦୂରରୁ ଦର୍ଶନ କରିବେ ।  ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ।

ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ମା’ଙ୍କର ନିୟମିତ ପୂଜା ଉପରେ କୌଣସି ରୋକ ଲାଗିବ ନାହିଁ। ପ୍ରତିଦିନ ସନ୍ଧ୍ୟାରେ ନୀତିକାନ୍ତି ଥିବାରୁ କଟକଣା ଏହି ସମୟରେ ଲାଗୁ କରାଯିବ ।

ଏନେଇ ସେବାୟତ ଦେବୀ ପାଣି କହିଛନ୍ତି,  ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ।   ଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ଆମେ ଖୁସି ଅଛୁ। ପ୍ରତିଦିନ ସକାଳ ୬ଟାରୁ ଦିନ୨ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତ ମା’ଙ୍କ ଦର୍ଶନ ଜାରି କରିବେ। ୨ଟା ପରେ ରଥଯାତ୍ରା ଆରମ୍ଭ ହେବ। ତେଣୁ ତା ପରଦିନ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ୧୪୪ ଧାରାକୁ ସ୍ୱାଗତ କରୁଛୁ। ଭକ୍ତମାନେ ଅଧିକ ସମୟ ମନ୍ଦିରରେ ରହିବା କିମ୍ବା ଅଯଥା ଗହଳି କରିବାର କୌଣସି ଆବଶ୍ୟକତା ନାହିଁ। ଏହି ନିୟମ ଦ୍ୱାରା ମା’ଙ୍କ ରୀତିନୀତି କୌଣସି ଭାବେ ପ୍ରଭାବିତ ହେବ ନାହିଁ। ସାଧାରଣ ଭକ୍ତ ରଥ ଛୁଇଁ ପାରିବେ ନାହିଁ। ରଥ ଉପରେ  ନୀତିକାନ୍ତି ପୂଜା ସରିବା ପରେ  ସେବାୟତଙ୍କୁ ମଧ୍ୟ ରଥ ନିକଟକୁ ଯିବାକୁ ବାରଣ କରାଯାଇଛି।  ସେବାୟତଙ୍କୁ କେବଳ ରଥ ଟାଣିବାକୁ ଅନୁମତି ମିଳିଛି।  ସେବାୟତଙ୍କ ସଂଖ୍ୟା କମ୍‌ ହେଲେ ପୁଲିସ୍‌ ସହାୟତା ନେବୁ ।

The post ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ, ଲାଗୁ ହେବ ୧୪୪ ଧାରା appeared first on Odisha Reporter.



from Odisha Reporter https://ift.tt/3ozSlLB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages