ସର୍ଭର ଡାଉନ ଯୋଗୁ ଫେସବୁକ ସହିଲା ୫୨ ହଜାର କୋଟି ଟଙ୍କାର ଘାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ସର୍ଭର ଡାଉନ ଯୋଗୁ ଫେସବୁକ ସହିଲା ୫୨ ହଜାର କୋଟି ଟଙ୍କାର ଘାଟା

ନୂଆଦିଲ୍ଲୀ: ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ସାଧାରଣ ଲୋକମାନେ ଏହି ୩ ସୋଶାଲ ମିଡିଆ ଆପ୍ ବ୍ୟବହାର କରି ନ ପାରି ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଦୀର୍ଘ ୬ଘଣ୍ଟା ପରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି।

କିନ୍ତୁ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସବୁକର ଶେୟାର ପ୍ରାୟ ୫%(୪.୯%) ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟକା ଲାଗିଛି। ଶେୟାର ହ୍ରାସ ପାଇବାରୁ କମ୍ପାନୀ ଏପରି କ୍ଷତି ସହିଛି ବୋଲି ବିଶେଜ୍ଞମାନେ କହିଛନ୍ତି। ଏଥିସହ ତ୍ରୁଟିର କାରଣ ଖୋଜିବାକୁ ଫେସବୁକ ଯାଞ୍ଚ ମଧ୍ୟ ଆରମ୍ଭ କରିଛି।

୨୦୦୮ ପରଠାରୁ କେବେ ହେଲେ ଫେସବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ ଫେସବୁକ୍ ସର୍ଭରେ ଅଜଣା ଭାଇରସ ପ୍ରବେଶ କରିଥିଲା। ଏଥିପାଇଁ ଲୋକମାନେ ଏହାକୁ ୨୪ ଘଣ୍ଟା ଧରି ବ୍ୟବହାର କରିପାରି ନଥିଲେ।

ଅବଶ୍ୟ ସେତେବେଳେ ଫେସବୁକର ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ କମ ଥିଲା। ସାରା ବିଶ୍ୱରେ ପ୍ରାୟ ୧୦ କୋଟି ଲୋକ ଏହି ସୋଶାଲ ମିଡିଆ ଆପକୁ ବ୍ୟବହାର କରୁଥିଲେ। କିନ୍ତୁ ଏବେ ୧୦୦ କୋଟିରୁ ଅଧିକ ଲୋକ ଫେସବୁକର ବ୍ୟବହାର କରୁଛନ୍ତି। ହ୍ୱାଟସଆପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ। ସୋମବାର ପୁଣି ୨୦୦୮ ଭଳି ସମସ୍ୟା ସୃଷ୍ଟି ହୋଇଥିଲା।

ସୋମବାର ରାତି ପ୍ରାୟ ୯ଟା ବେଳେ ଫେସବୁକ, ଇନଷ୍ଟା ଓ ହ୍ୱାଟସଆପ୍‌ ସର୍ଭର ଡାଉନ ହୋଇଯିବାରୁ ଲୋକମାନେ ଟ୍ୱିଟର୍‌ରେ ନିଜର ଆପତ୍ତି ଜଣାଇବା ଆରମ୍ଭ କରିଥିଲେ। ଏହି ୩ ସଂସ୍ଥାର ଫେସବୁକ ମାଲିକାନାରେ ରହିଛି। ତେଣୁ ସମସ୍ୟା ସୃଷ୍ଟି ହେବା ପରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ ବ୍ୟବହାରକାରୀଙ୍କୁ କ୍ଷମା ମାଗିଛନ୍ତି।


ଭୋର ପ୍ରାୟ ୪.୪୭ରେ ହ୍ୱାଟସଆପ୍‌ ପକ୍ଷରୁ ଟ୍ୱିଟ କରି ସର୍ଭର ଧୀରେଧୀରେ ସ୍ୱାଭାବିକ ହେଉଥିବା ସୂଚନା ଦିଆଯାଇଛି। ତଥାପି ପୂର୍ବଭଳି ଏହା ସ୍ପିଡରେ କାମ କରୁନାହିଁ। ଏହା ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବଳ ହ୍ୱାଟସଆପ୍‌ ନୁହେଁ, ଫେସବକୁ ଓ ଇନଷ୍ଟାଗ୍ରାମ ମଧ୍ୟ ସର୍ଭର ଡାଉନ ପାଇଁ ବ୍ୟବହାରୀଙ୍କୁ କ୍ଷମା ମାଗିଛନ୍ତି।

The post ସର୍ଭର ଡାଉନ ଯୋଗୁ ଫେସବୁକ ସହିଲା ୫୨ ହଜାର କୋଟି ଟଙ୍କାର ଘାଟା appeared first on Odisha Reporter.



from Odisha Reporter https://ift.tt/3A5Kfg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages