ପାରୋଲରେ ଯିବାକୁ ମନ ବଳାଇଲେ ନାରାୟଣ ସାଇ, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ପାରୋଲରେ ଯିବାକୁ ମନ ବଳାଇଲେ ନାରାୟଣ ସାଇ, ହେଲେ…

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ମିଳିଛି ପୁଣି ଏକ ଝଟକା। ପାରୋଲରେ ଯିବାକୁ ମନ ବଳାଇଥିବା ନାରାୟଣଙ୍କୁ କଡ଼ା ଚେତାବନୀ ଶୁଣାଇଛନ୍ତି ସୁପ୍ରିମ କୋର୍ଟ।

ଗୁଜରାଟର ସୁରଥସ୍ଥିତ ଆଶ୍ରମରେ ୨ ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନାରାୟଣଙ୍କୁ ୨ ସପ୍ତାହର ପାରୋଲରେ ଯିବାକୁ ଅନୁମତି ଦେଇଥିଲେ ଗୁଜରାଟ ହାଇକୋର୍ଟ ।

ଗୁଜରାଟ ହାଇକୋର୍ଟ ପକ୍ଷରୁ ଏନେଇ ଜୁନ୍‌ରେ ଆଦେଶ ଦିଆଯାଇଥିବା ବେଳେ ଏସ୍‌ଜି ତୁଷାର ମେହତା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ଚନ୍ଦ୍ରଚୁଡଙ୍କ ବେଞ୍ଚ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଛନ୍ତି।

ଗୁଜରାଟ ସରକାରଙ୍କ ତରଫରୁ ଏସ୍‌ଜି ତୁଷାର ମେହତା ଯୁକ୍ତି ବାଢ଼ିଥିଲେ, ଯେ  ସାଇଙ୍କ ଉପରେ ଗମ୍ଭୀର ଆରୋପ ରହିଛି। ଏହି ମାମଲାର ସାକ୍ଷୀଙ୍କର ପୂର୍ବରୁ ହତ୍ୟା ହୋଇ ସାରିଥିବା ବେଳେ ପୁଲିସ୍‌ ଅଧିକାରୀ ଓ ମେଡିକାଲ ଅଧିକାରୀଙ୍କୁ ଲାଞ୍ଚ ଦେଇ କିଣାସରିଛି।

ପୂର୍ବରୁ ନାରାୟଣଙ୍କ ମା’ ଅସୁସ୍ଥ ଥିବା ବେଳେ ତାଙ୍କ ପାରୋଲକୁ ବିରୋଧ କରାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ପାରୋଲରେ ଛାଡ଼ିବା ଉଚିତ ନୁହେଁ।

ଅପରପକ୍ଷେ, ନାରାୟଣଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ପାରୋଲରେ ଯିବା ପାଇଁ କୌଣସି କାରଣର ଆବଶ୍ୟକତା ନାହିଁ। ଅଭ୍ୟାସଗତ ଅପରାଧୀଙ୍କୁ ପାରୋଲରୁ ବଞ୍ଚାତ କରାଯାଇଥାଏ। କିନ୍ତୁ ମୋ ମହକିଲ ଏପରି ଅପରାଧି ନୁହନ୍ତି। ତାଙ୍କ ବିରୋଧରେ କେବଳ ମାତ୍ର ଗୋଟିଏ ଏଫଆଇଆର ରୁଜୁ ହୋଇଛି।

୨୦୧୩ରେ ସୁରତର ଦୁଇ ଭଉଣୀ ପୁଲିସ୍‌ ନିକଟରେ ହାଜର ହୋଇ ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସାନ ଭଉଣୀଙ୍କୁ ନାରାୟଣ ସାଇ ୨୦୦୨ରୁ ୨୦୦୫ ଯାଏ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଝିଅ ଜଣକ ତାଙ୍କ ଆଶ୍ରମରେ ରହୁଥିଲେ। ଅନ୍ୟପକ୍ଷରେ ଅନ୍ୟ ଜଣେ ଭଉଣୀଙ୍କୁ ଆଶାରାମ ଆଶ୍ରମ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସୁରତ କୋର୍ଟ ଏହାର ବିଚାର କରି ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ ।  ପୂର୍ବରୁ ଯୋଧପୁର କୋର୍ଟ ଆଶାରାମ ବାପୁଙ୍କୁ ମଧ୍ୟ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। 

The post ପାରୋଲରେ ଯିବାକୁ ମନ ବଳାଇଲେ ନାରାୟଣ ସାଇ, ହେଲେ… appeared first on Odisha Reporter.



from Odisha Reporter https://ift.tt/3jiRdsv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages