ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଥିବା ସୂଚନା ଆସିଥିବା ବେଳେ ଅନ୍ୟପକ୍ଷରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଗୋବିନ୍ଦ ସାହୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠ ଥିବା ଜଣାପଡ଼ିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ତଥା ଗିରଫ କରିବା ଦାବି ଆଜି ଆହୁରି ଜୋର ଧରିଛି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣା ସ୍ଥିତ ଘର ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା।

ମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ଘର ଉପରକୁ ଅଣ୍ଡାମାଡ଼ ପରେ ନକଟିଗୁଡ଼ା ଛକରେ ବିଜେପି କର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବିଜେଡି କର୍ମୀ। ବିଜେପି ସେଠାରେ ରାସ୍ତାରୋକ କରିଥିବା ବେଳେ ୧୦ରୁ ୧୨ ବିଜେଡି କର୍ମୀ ବାଇକ୍‌ରେ ଆସି ଯୁକ୍ତିତର୍କ କରିଥିଲେ। ସେମାନ ବିଜେପି କର୍ମୀଙ୍କୁ ରାସ୍ତାରୋକରୁ ହଟିବାକୁ ଧମକ ଦେବା ସହ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି। ତେବେ ବିଜେପି କର୍ମୀ ଘଉଡ଼ାଇ ଦେବାରୁ ସେମାନେ ସେଠାରୁ ପଳାଇଥିଲେ।

କଟକରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯିବା ସହି ରାସ୍ତାରୋକ କରାଯାଇଛି। କଟକ ନଗର ବିଜେପି ପକ୍ଷରୁ ବାଦାମବାଡ଼ିରେ ରାସ୍ତାରୋକ କରାଯାଇଛି। ଦଳୀୟ କର୍ମୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ପୁରୀ ସିଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି।

ବଲାଙ୍ଗିର ଏସ୍‌ପି ଅଫିସ୍ ଆଗରେ AIDSO ପକ୍ଷରୁ ବିକ୍ଷୋଭ କରାଯାଇଛି। ସେମାନେ ବି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି। ସେହିପରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ବଲାଙ୍ଗିର ଏସ୍‌ପି ଅଫିସ୍ ଆଗରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଛି। ସାଂସଦ ସଙ୍ଗୀତା ସିଂଦେଓଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଭୁବନେଶ୍ୱରର ନବୀନ ନିବାସ ଆଗରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ କଳାପତାକା ପ୍ରଦର୍ଶନ କରାଯାଇଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବି କରିଛନ୍ତି। ତା’ ସହିତ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସେ କହିଛନ୍ତି, ଏହି ଘଟଣାରେ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ। ମନ୍ତ୍ରୀ ଗୋବିନ୍ଦ ସାହୁଙ୍କ କଲେଜକୁ ଓ ଗୋବିନ୍ଦ ସାହୁକୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଗୋବିନ୍ଦ ସାହୁଙ୍କ କଲେଜକୁ ୩୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ଏହାର ତଦନ୍ତ ହେବା ଆବଶ୍ୟକ ।

The post ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି appeared first on Odisha Reporter.



from Odisha Reporter https://ift.tt/3aTYhHC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages