ସୁରକ୍ଷାକର୍ମୀକୁ ବଡ଼ ସଫଳତା, ଟଳିଲେ ଦୁଇ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ସୁରକ୍ଷାକର୍ମୀକୁ ବଡ଼ ସଫଳତା, ଟଳିଲେ ଦୁଇ ଆତଙ୍କୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଦୁଇଜଣ ନିରୀହ ଶ୍ରମିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଆକ୍ସନ୍ ନେଇଛି ଭାରତୀୟ ସୁରକ୍ଷାକର୍ମୀ। ବୁଧବାର ଦିନ ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ଅଞ୍ଚଳରେ ପୁଲିସ୍ ଓ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜମ୍ମୁ-କଶ୍ମୀର ପୁଲିସ୍ ଏହି ସୂଚନା ଦେଇଛି।

ଆତଙ୍କବାଦୀ ବିରୋଧରେ ଚାଲିଥିବା ଅଭିଯାନ ଆଧାରରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀ ଓ ପୁଲିସ୍ ପୂରା ଆଲର୍ଟ ମଧ୍ୟ ରହିଛି। ପୁଲିସ୍ କହିଛି ଯେ ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ମାରିଦିଆଯାଇଛି।

କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ନିହତ ଆତଙ୍କୀ ଜଣକ ହେଲା ଆଦିଲ୍ ଆହ ୱାନି, ଯିଏ ୨୦୨୦ ମସିହା ଜୁଲାଇ ମାସରୁ ସକ୍ରିୟ ରହିଛି। ସେ ଲିଟର, ପୁଲୱାମାରେ ଏକ ଗରିବ ଶ୍ରମିକଙ୍କୁ ହତ୍ୟା କରିବାରେ ସାମିଲ୍ ଥିଲା। ଏପର୍ଯ୍ୟନ୍ତ ଗତ ଦୁଇ ସପ୍ତାହ ମଧ୍ୟରେ ୧୫ ଆତଙ୍କୀଙ୍କୁ ନିହତ କରାଯାଇଥିବା ଆଇଜିପି ଅଜୟ କୁମାର କହିଛନ୍ତି।

ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଶୋପିଆର ଜୈନପୋରା ଦ୍ରାଗଡ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଦୁଇ ଆତଙ୍କୀଙ୍କୁ ଘେରାଯାଇଥିଲା। ଏହି ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା।

ଏହି ଏନକାଉଣ୍ଟରରେ ସେନା, ପୁଲିସ ଏବଂ ସିଆରପିଏଫ୍ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ଘାଟିର ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର ଅପରେସନ୍ ଚଳାଉଛନ୍ତି। ଅକ୍ଟୋବରରେ ଘାଟିରେ ହିନ୍ଦୁ ଓ ଶିଖମାନଙ୍କୁ ହତ୍ୟା କରିବାର ଅନେକ ଘଟଣା ସାମ୍ନାକୁ ଘଟିଛି। ଆତଙ୍କବାଦୀମାନେ କ୍ରମାଗତ ଭାବରେ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

The post ସୁରକ୍ଷାକର୍ମୀକୁ ବଡ଼ ସଫଳତା, ଟଳିଲେ ଦୁଇ ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/3jiKWx7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages