ମାର୍ଚ୍ଚ ମାସ ପରେ ସବୁଠାରୁ କମ ଦୈନିକ କରୋନା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ମାର୍ଚ୍ଚ ମାସ ପରେ ସବୁଠାରୁ କମ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ମାର୍ଚ୍ଚ ବେଳର ସ୍ଥିତି ବର୍ତ୍ତମାନ ଫେରିଛି। ଆଜି ଦେଶର ଦୈନିକ ସଂକ୍ରମଣ ୧୪,୩୧୩ ରହିଛି। ଏହା ମାର୍ଚ୍ଚ ମାସ ପରେ ସବଠାରୁ କମ ଦୈନିକ ସଂକ୍ରମଣ। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ୧୮୧ ଜଣଙ୍କ ଜୀବନ ନେଇଛି।

ଦେଶରେ ଏଯାଏ ୩,୩୯,୮୫,୯୨୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୫୦,୯୬୩ ଜଣଙ୍କ ଜୀବନ ଯାଇଛି। ୨୪ ଘଣ୍ଟାରେ ୨୬,୫୭୯ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୩୩,୨୦,୦୫୭ ରହିଛି। ସେହିପରି ଦେଶରେ ୯୫.୮ କୋଟି ଡୋଜର ଟିକାକରଣ ଶେଷ ହେଲାଣି।

ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ଆରୋଗ୍ୟ ହାର ୯୮.୦୪% ରହିଛି। ଏହା ୨୦୨୦ ମାର୍ଚ୍ଚ ପରେ ସର୍ବାଧିକ।

ଦେଶର ସକ୍ରିୟ ମାମଲା ମୋଟ କେସ୍‌ର ୧%ରୁ କମ। ବର୍ତ୍ତମାନ ସକ୍ରିୟ ମାମଲାର ହାର ୦.୬୩% ରହିଛି। ଏହା ୨୦୨୦ ମାର୍ଚ୍ଚ ପରେ ସବୁଠାରୁ କମ। ବର୍ତ୍ତମାନ ୨,୧୪,୯୦୦ ଆକିଭ୍ଟ କେସ୍‌ ରହିଥିବା ବେଳେ ଏହା ୨୧୨ ଦିନ ମଧ୍ୟରେ ସବୁଠାରୁ କମ।


ସାପ୍ତାହିକ ପଜିଟିଭିଟି ହାରକୁ ବିଚାରକୁ ନେଲେ ଏହା ୧.୪୮% ରହିଛି। ଦୀର୍ଘ ୧୦୯ ଦିନ ହେଲାଣି ଦେଶରେ ସାପ୍ତାହିକ ପଜିଟିଭିଟି ହାର ୩% ତଳେ ରହୁଛି। ଦୈନିକ ପଜିଟିଭିଟି ରେଟ ମଧ୍ୟ ୧.୨୧% ଅଛି।

ଏବେ ବି କେରଳରେ ଦେଶର ପ୍ରାୟ ୫୦% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬,୯୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୧୭୩୬ ଓ ଦିଲ୍ଲୀରେ ମାତ୍ର ୨୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

The post ମାର୍ଚ୍ଚ ମାସ ପରେ ସବୁଠାରୁ କମ ଦୈନିକ କରୋନା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/30jAzCs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages