ଏକେ ୪୭ ସହ ରାଜଧାନୀରୁ ଧରା ପଡ଼ିଲା ପାକ୍‌ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ଏକେ ୪୭ ସହ ରାଜଧାନୀରୁ ଧରା ପଡ଼ିଲା ପାକ୍‌ ଆତଙ୍କୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଛି ଜଣେ ପାକିସ୍ତାନ ଆତଙ୍କବାଦୀ। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଲକ୍ଷ୍ମୀ ନଗରର ରମେଶ ପାର୍କ ଅଞ୍ଚଳରେ ରହୁଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫକୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛି।

ଅଶରଫ ପାକିସ୍ତାନ ନାଗରିକ ହୋଇଥିଲେ ହେଁ ଏଠାରେ ନକଲି ଦସ୍ତାବିଜ ସହ ରହୁଥିଲା। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଠାରୁ ତାଲିମ ନେଇଥିଲା। ଦିଲ୍ଲୀରେ ବିସ୍ଫୋରଣ କରିବା ହିଁ ତା’ର ମୂଳ ଲକ୍ଷ୍ୟ ଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଲକ୍ଷ୍ମୀନଗରର ରମେଶ ପାର୍କ ଅଞ୍ଚଳରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇ ରେଡ୍‌ କରିଥିଲା। ରେଡ୍‌ ପରେ ପୁଲିସ୍‌ ଅଧିକାରୀଙ୍କ ପଞ୍ଝାରେ ଅଶରଫ ପଡ଼ିଥିଲା। ତା’ ନିକଟରୁ ଏକେ -୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି ସହ ଅତିରକ୍ତ ମାଗାଜିନ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ଓ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି।


ତା’କୁ ସୋମବାର ରାତି ୯.୩୦ରେ ଗିରଫ କରାଯାଇଥିଲା। ତା’ ଘର ପାକିସ୍ତାନର ନାରୋବାଲରେ ବୋଲି ଜଣାପଡ଼ିଛି। ସ୍ପେଶାଲ ସେଲ ତା’ ନାଁରେ ୟୁଏପିଏ, ଆର୍ମସ ଆକ୍ଟ, ବିସ୍ଫୋରକ ଖଚିତ ରଖିବା ଭଳି ଆଇନ ଅନୁସାରେ ମାମଲା କରାଯାଇଛି। ମହମ୍ମଦ ଅଶରଫ ପାକିସ୍ତାନର ହୋଇଥିଲେ ହେଁ ଭାରତୀୟ ନାଗରିକ ବୋଲି ଜାଲ ଦସ୍ତାବିଜ ହାସଲ କରିଥିଲା। ଏହାକୁ ଆଧାର କରି ସେ ଦିଲ୍ଲୀରେ ରହୁଥିଲା। ତେବେ ସେ କେବେ ଠାରୁ ଦିଲ୍ଲୀରେ ରହିଥିଲା? ତା’ ସହ ଆଉ କେଉଁମାନେ ସାମିଲ ଅଛନ୍ତି, ସେକଥା ଏଯାଏ ଜଣାପଡ଼ିନି।

The post ଏକେ ୪୭ ସହ ରାଜଧାନୀରୁ ଧରା ପଡ଼ିଲା ପାକ୍‌ ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/3FCNmAc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages