ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ସମନ୍ଥା ! ଫଟୋକୁ ନେଇ ଲାଗିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ସମନ୍ଥା ! ଫଟୋକୁ ନେଇ ଲାଗିଲା ନିଆଁ

ହାଇଦ୍ରାବାଦ: ସ୍ୱାମୀ ତଥା ଟଲିଉଡ ସୁପରଷ୍ଟାର ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ପରେ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ସାଉଥ ସୁନ୍ଦରୀ ସମନ୍ଥା । ସ୍ୱାମୀଙ୍କଠାରୁ ଅଲଗା ହେବା ପରଠୁ ସମନ୍ଥାଙ୍କ ନାମ ନିଜ ହେୟାର ଷ୍ଟାଇଲ ପ୍ରୀତମ ଜୁକାଲକରଙ୍କ ସହ ଯୋଡ଼ା ଯାଉଛି। ଉଭୟଙ୍କର ଅଫେୟାର ଥିବା ବେଳେ ଏହା ବିଚ୍ଛେଦର କାରଣ ବୋଲି ଚର୍ଚ୍ଚା ଜୋର ଧରିଛି।

ଗତ କିଛି ଦିନ ହେବ ସାମନ୍ତ ଏବଂ ପ୍ରୀତମଙ୍କ  ଫଟୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ହିଁ ଏହି ସୁପର କପଲଙ୍କ ବିଚ୍ଛେଦର କାରଣ ବୋଲି ଚର୍ଚ୍ଚା ବି ଟଲିଉଡ ଗଳିରେ ଜୋର ଧରିଛି। ତେବେ ଏହି ଗୁଜବ ଉପରେ ଉଭୟ ନାଗା ଏବଂ ସମନ୍ଥା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରୀତମ ।

ଟଲିଉଡ଼ ଅଭିନେତ୍ରୀ ସମନ୍ଥା।

ନିଜେ ସାମନ୍ତଙ୍କ ସହ ସମ୍ପର୍କ ଥିବା ଖବର ଉପରେ ନୀରବତା ଭାଙ୍ଗି ପ୍ରୀତମ କହିଛନ୍ତି ଯେ, ମୁଁ ସାମନ୍ତଙ୍କୁ ଜିଜି ବୋଲି ଡାକନ୍ତି। ଏଥିସହ ସେ କହିଛନ୍ତି, ନାଗା ଚୈତନ୍ୟ ବି ମୋତେ ବର୍ଷ ବର୍ଷ ଧରି  ବେଶ୍‌ ଭଲ ଭାବେ ଜାଣିଛନ୍ତି ।  ଆମ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ସ୍ୱଚ୍ଛ । ଏହାକୁ ଖୋଦ ନାଗା ବି ବୁଝିଛନ୍ତି।  ତେଣୁ ତାଙ୍କର ଗୋଟିଏ ପଦ କଥା ଗୁଜବ ସୃଷ୍ଟିକାରୀଙ୍କ ମୁହଁ ବନ୍ଦ କରିଦେବାକୁ ଯଥେଷ୍ଟ । ହେଲେ ସେ ଏପରି କରୁ ନ ଥିବାରୁ ସମନ୍ଥା ତାଙ୍କ ଉପରେ ଖପ୍ପା ଅଛନ୍ତି।

ଏଥିସହିତ ସାମନ୍ତ ମଧ୍ୟ ନିଜ ବିପକ୍ଷରେ ଉଡ଼ୁଥିବା ଗୁଜବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି,  “ବିଚ୍ଛେଦ ଖୁବ୍‌ ଯନ୍ତ୍ରଣାଦାୟକ । ଏଥିରୁ ବାହାରିବାକୁ ମୋତେ ସମୟ ଦରକାର। ଏହା ମଧ୍ୟରେ ଏପରି ବ୍ୟକ୍ତିଗତ ଆରୋପ ମୋତେ ଖୁବ୍‌ ବାଧୁଛି। ମୁଁ ନିଜକୁ  ନକରାତ୍ମକ ଚିନ୍ତାଧାରା ଦ୍ୱାରା କବଳିତ କରିବାକୁ ଚାହୁଁନି। ଯେତେ ଯାହା କଲେ ବି ଯେକୌଣସି ଶକ୍ତ ଆଘାତ ମୋତେ ଭାଙ୍ଗି ପାରିବନି ବୋଲି କଥା ଦେଉଛି।”

ନାଗା ଚୈତନ୍ୟଙ୍କ ସହ ସମନ୍ଥା।

ସମନ୍ଥା ଏବଂ ନାଗା  ଚୈତନ୍ୟ  ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଗୋଆରେ   ୨୦୧୭ ମସିହାରେ ବିବାହ କରିଥିଲେ। ବିବାହ ପରେ ସାମନ୍ତ ତାଙ୍କ ଉପନାମକୁ ଆକ୍କିନେନିରେ ବଦଳାଇଲେ ।  କେବଳ ଶାଶୁ ନୁହଁନ୍ତି ପରିବାର ସଦସ୍ୟ ମଧ୍ୟ ସମନ୍ଥାଙ୍କ ଛାଡପତ୍ର ନେଇ ଭାଙ୍ଗି ପଡ଼ିଛନ୍ତି। ଏନେଇ ସମନ୍ଥାଙ୍କ ପିତା ଜୋସେଫ ପ୍ରଭାସ କହିଛନ୍ତି, ଯେତେବେଳେ ଝିଅର ବିବାହ ଭାଙ୍ଗିବାର ଖବର ଶୁଣିଲି,  ଆଖି ସାମ୍ନାରେ ଅନ୍ଧକାର ଥିଲା। ଛାଡପତ୍ରର ନିଷ୍ପତ୍ତିକୁ ପୁନର୍ବିଚାର କରିବା ଉଚିତ୍ ବୋଲି ସେ ସମନ୍ଥାଙ୍କୁ ବୁଝାଇବାକୁ ଖୁବ୍‌ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା କହିଛନ୍ତି।

ଗତ କିଛି ଦିନ ତଳେ ସମନ୍ଥା ଏବଂ ସାଉଥ ଷ୍ଟାର ନାଗା ଚୈତନ୍ୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ପରସ୍ପରଠାରୁ ଅଲଗା ହେବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଅନେକ ବିଚାର ବିମର୍ଶ ପରେ ପରସ୍ପରଠାରୁ ଭିନ୍ନ ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିସହ ଏଭଳି ଅସୁବିଧା ସମୟରେ ନିଜ ପ୍ରାଇଭେସିକୁ ସମ୍ମାନ ଦେବା ସହ ଜୀବନରେ ଆଗକୁ ବଢ଼ିବାକୁ ଦେବା ପାଇଁ ଉଭୟ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।

The post ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ସମନ୍ଥା ! ଫଟୋକୁ ନେଇ ଲାଗିଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3AxLOnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages