ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଆସିଲା ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଆସିଲା ମୃତ୍ୟୁ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ସେହି ଅଜଣା ଗାଡ଼ି ଧକ୍କାରେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି, ଯିଏ ପାଣି ଆଣିବା ପାଇଁ ଯାଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ମୃତ ମହିଳା ଦ୍ୱୟ ହେଲେ ମାନସୀ ମାର୍ଥା ଓ ଟିକିନା ପ୍ରଧାନ। ଗୁରୁତର ଥିବା ମହିଳା ଜଣଙ୍କ ହେଲେ ସୁରବାଳା ପରିଡ଼ା। ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି।

ମାନସୀ ଓ ଟିକିନା ପ୍ରାତଃଭ୍ରମଣରେ ବାହାରିଥିବା ବେଳେ ସୁରବାଳା ନିକଟସ୍ଥ ଟ୍ୟାପ୍‌ରୁ ପାଣି ଆଣିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖୋର୍ଦ୍ଧାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ନୂଆଗାଁ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କେଉଁ ଗାଡ଼ି ଏହି ଦୁର୍ଘଟଣା ଘଟାଇଛି, ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍‌।

The post ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଆସିଲା ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3oWV9Tv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages