ଲୋକଙ୍କୁ ଉପରକୁ ତୀର ମାଡ଼, ୫ ଜଣ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ଲୋକଙ୍କୁ ଉପରକୁ ତୀର ମାଡ଼, ୫ ଜଣ ଜୀବନ ଗଲା

ଓସଲୋ: ଧନୁ ତୀର ଦ୍ୱାରା ଜଣେ ବ୍ୟକ୍ତି ଲୋକଙ୍କ ଉପରେ ଆକ୍ରମଣ କରିଛି। ଏଥିରେ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନରୱେର ରାଜଧାନୀ ଓସଲୋ ଠାରୁ ଅଳ୍ପ ଦୂରତାରେ ଏପରି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣ ପଛର କାରଣ ଜଣାପଡ଼ି ନାହିଁ। ତେବେ ଏହା ଏକ ଆତଙ୍କୀ ହମଲା ବୋଲି କିଛି ଲୋକ ମତ ଦେଉଛନ୍ତି।

ଆକ୍ରମଣ ହୋଇଥିବା କୋଙ୍ଗସବର୍ଜ ସହରର ପୁଲିସ୍‌ ମୁଖ୍ୟ କହିଛନ୍ତି, ଆକ୍ରମଣକାରୀକୁ ଗିରଫ କରାଯାଇଛି। ତେବେ ସେ ଆକ୍ରମଣ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇନାହିଁ। ତାକୁ ଏବେ ବି ଜେରା କରାଯାଉଛି। ତୀର ମାଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଦୁଇ ଜଣ ଆଇସିୟୁରେ ଅଛନ୍ତି।

ଏମାନଙ୍କ ମଧ୍ୟରେ ଆକ୍ରମଣ ହୋଇଥିବା ଶପିଂ ମଲରେ ଉପସ୍ଥିତ ଥିବା ଜଣେ ଅଫ ଡ୍ୟୁଟି ପୁଲିସ୍‌ କର୍ମଚାରୀ ରହିଛନ୍ତି। ଆକ୍ରମଣ ଘଟଣାରେ କେବଳ ଜଣେ ବ୍ୟକ୍ତି ସାମିଲ ଥିଲା। ସ୍ଥାନୀୟ ସମୟ ସନ୍ଧ୍ୟା ୬.୩୦ରେ ଆକ୍ରମଣ ସମ୍ପର୍କରେ ଖବର ମିଳିଥିଲା। ଜଣେ ବ୍ୟକ୍ତି ରାସ୍ତାରେ ଓ ଶପିଂ ମଲରେ ପ୍ରବେଶ କରି ଲୋକଙ୍କୁ ତୀର ମାଡ଼ କରୁଥିବା ଖବର ମିଳିବା ପରେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ଏହାର ୨୦ ମିନିଟ୍‌ ମଧ୍ୟରେ ଆକ୍ରମଣକାରୀକୁ ଗିରଫ କରାଯାଇଥିଲା। ଦକ୍ଷିଣପଶ୍ଚିମ ଓସଲୋର ୬୦ କିମି ଦୂରରେ ଏପରି ଘଟଣା ଘଟିଛି। ଏବେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ଆକ୍ରମଣର କାରଣ ଖୋଜା ଯାଉଥିବା ସେ କହିଛନ୍ତି।

୨୦୧୧ ମସିହା ଜୁଲାଇ ୨୨ ପରେ ଏପରି ଏକ ବଡ଼ ଆକ୍ରମଣର ସାମ୍ନା କରିଛନ୍ତି ନରୱେବାସୀ। ସେତେବେଳେ ଜଣେ ଦକ୍ଷିଣ ପନ୍ଥୀ ଆତଙ୍କବାଦୀ ଆଣ୍ଡ୍ରେସ ବେହରିଙ୍ଗ ବ୍ରାଇଭିକ ବୋମା ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୭୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ପରେ ଆଣ୍ଡ୍ରେସକୁ ଗିରଫ କରାଯାଇଥିଲା। ତାକୁ ୨୧ ବର୍ଷର ଜେଲଦଣ୍ଡ ମିଳିଛି। ନରୱେ ଆଇନ ଅନୁସାରେ କୌଣସି ଅପରାଧ ପାଇଁ ସର୍ବାଧିକ ୨୧ ବର୍ଷର ଜେଲଦଣ୍ଡର ବ୍ୟବସ୍ଥା ରହିଛି। ତେବେ ଦଣ୍ଡ ଶେଷ ହେବା ପରେ ଅପରାଧିକର ମାନସିକ ସ୍ଥିତିକୁ ଦେଖି ଏହାକୁ ବୃଦ୍ଧି ମଧ୍ୟ କରାଯାଇପାରିବ।

The post ଲୋକଙ୍କୁ ଉପରକୁ ତୀର ମାଡ଼, ୫ ଜଣ ଜୀବନ ଗଲା appeared first on Odisha Reporter.



from Odisha Reporter https://ift.tt/3iWu7aL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages