ମୁମ୍ବାଇ: ବିଗ୍ ବି, ଶାହରୁଖ ଖାନ ଓ ସଲମାନଙ୍କ ପରେ ଏବେ ହୋଷ୍ଟ ସାଜିବେ ବଲିଉଡର ବାଜିରାଓ। କଲର୍ସ ଚ୍ୟାନେଲର ‘ଦି ବିଗ୍ ପିକଚର’ ଶୋ’ ଜରିଆରେ ଛୋଟ ପରଦାରେ ଧମାକେଦାର ଏଣ୍ଟ୍ରି କରିବେ ବଲିଉଡ୍ର ମୋଷ୍ଟ ଷ୍ଟାଇଲିଶ୍ ସୁପରଷ୍ଟାର ରଣବୀର ସିଂ। ବଡ଼ ପରଦାରେ ନିଜ ଜଲୱାରେ ଫ୍ୟାନ୍ସଙ୍କୁ ଦିବାନା କରି ସାରିଥିବା ରଣବୀର ଏଥର ଛୋଟ ପରଦାରେ ବି କମାଲ ଦେଖାଇବେ।
ନିଜ ନୂଆ ପ୍ରୋଜେକ୍ଟକୁ ନେଇ ଖୁବ୍ ଏକ୍ସାଇଟେଡ ଥିବା ରଣବୀର କହିଛନ୍ତି ଜଣେ କଳାକାର ଭାବେ ଫ୍ୟାନ୍ସ ମୋତେ ଖୁବ୍ ଭଲ ପାଇବା ଦେଇଛନ୍ତି। ଏବେ ଜଣେ ହୋଷ୍ଟ ରୂପେ ଛୋଟ ପରଦାରେ ଏଣ୍ଟ୍ରି କରିବି। କଲର୍ସ ସହ ଯୋଡ଼ି ହୋଇ ଖୁବ୍ ଖୁସି ଅଛି।
ଏକଥାର ଖୁଲାସା ରଣବୀର ନିଜେ ବିଗ୍ ବସ୍ ମଞ୍ଚରେ ଦବଙ୍ଗ ଖାନଙ୍କ ଉପସ୍ଥିତିରେ କରିଛନ୍ତି। ବିଗ୍ ବସ୍ ସିଜିନ-୧୫ ଆଜି ଟେଲିକାଷ୍ଟ ହେବ । ସୋ’ରେ ଗ୍ଲାମରର ତଡ଼କା ଲଗାଇବାକୁ ଡ୍ୟାନ୍ସ ସହ ଖୁବ୍ ମସ୍ତିଭରା କାର୍ଯ୍ୟକ୍ରମ ରହିଛି। ବିଗ୍ ବସ୍ର ଗ୍ରାଣ୍ଡ ମସ୍ତି କାର୍ଯ୍ୟକ୍ରମରେ ସୋ’ର ହୋଷ୍ଟ ସଲମାନ ଖାନଙ୍କ ସହ ଫ୍ୟାନ୍ସଙ୍କ ଖୁବ୍ ଏଣ୍ଟରଟେନ୍ କରିବେ ବଲିଉଡର ବାଜିରାଓ ରଣବୀର ସିଂ ।
ରଣବୀର ନିଜର ପ୍ରଥମ ଟେଲିଭିଜନ ସୋ’ ‘ଦି ବିଗ୍ ପିକଚର’କୁ ପ୍ରମୋଟ କରିବାକୁ ବିଗ୍ ବସ୍ ସୋ’ରେ ପହଞ୍ଚିଛନ୍ତି। ଏହି ପ୍ରିମିୟର ସୋ’ରେ ସଲମାନ ଓ ରଣବୀର ଖୁବ୍ ମସ୍ତି କରୁଥିବାର ଫ୍ୟାନ୍ସ ଦେଖିବାକୁ ପାଇବେ।
ଏଥିସହ ବିଗ୍ ବସ୍ ଶୋ’ର ପ୍ରଶଂସା କରି ରଣବୀର କହିଛନ୍ତି, ବିଗ୍ ବସ୍ ଟେଲିଭିଜନର ସବୁଠୁ ପପୁଲାର ସୋ’ । ବହୁ ପ୍ରତିଭାବାନ କାଳକାର ଗୋଟିଏ ଘରେ ଦୀର୍ଘ ଦିନ ରହିଥାନ୍ତି। ଏହି ସମୟରେ ସେମାନଙ୍କ କାର୍ଯ୍ୟକଳାପ ଦ୍ୱାରା ଫ୍ୟାନ୍ସଙ୍କୁ ସେମାନଙ୍କୁ ଜାଣିବାର ସୁଯୋଗ ମିଳିଥାଏ।
View this post on Instagram
The post ଛୋଟ ପରଦାରେ ଧମାକେଦାର ଏଣ୍ଟ୍ରି କରିବେ ବାଜିରାଓ appeared first on Odisha Reporter.
from Odisha Reporter https://ift.tt/3Fe2mnF
No comments:
Post a Comment