ନୂଆଦିଲ୍ଲୀ: ଭାରତରେ ଆଉ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି ହ୍ୱାଟସଆପ୍। ନୂଆ ଆଇଟି ଆକ୍ଟ ଅଧୀନରେ ଥିବା ନିୟମ ଅନୁଯାୟୀ ମେସେଜିଂ ଆପ୍ ହ୍ୱାଟସଆପ୍ ୨୦.୭ ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି। ଏ ସମ୍ପର୍କରେ ହ୍ୱାଟସଆପ ପକ୍ଷରୁ ସୂଚନା ଦିଆଯାଇଛି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧ରୁ ୩୧ ସମୟ ସୀମା ମଧ୍ୟରେ ନୂଆ ଆଇଟି ଆକ୍ଟ ଅନୁଯାୟୀ ୪୨୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଭାରତରେ ହ୍ୱାଟସଆପ୍ ବ୍ୟବହାର କରୁଥିବା ଲୋକମାନେ ଇ-ମେଲ ଓ ପୋଷ୍ଟ ଜରିଆରେ କମ୍ପାନୀର ଭାରତୀୟ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିକଟରେ ନିଜର ଆପତ୍ତି ଉଠାଇଥିଲେ।
କମ୍ପାନୀ ଏହିସବୁ ଅଭିଯୋଗ ମଧ୍ୟରୁ ୪୧ଟି ଉପରେ ପଦକ୍ଷେପ ଗ୍ରହଣ କରିଛି। ଏଥିସହ ବିଭିନ୍ନ ନିୟମକୁ ଉଲ୍ଲଙ୍ଘନ କରିବା ସହ ହ୍ୱାଟସଆପ ପ୍ଲାଟଫର୍ମର ସ୍ୱାଧୀନତାର ଅପବ୍ୟହାର କରୁଥିବା ଘଟଣାରେ ୨୦.୭ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରାଯାଇଛି।
ପୂର୍ବରୁ ଜୁନ ୧୬ରୁ ଜୁଲାଇ ୩୧ ମଧ୍ୟରେ ହ୍ୱାଟସଆପ୍ ୩୦.୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ସେହିପରି କମ୍ପାନୀ ତା’ର ପ୍ରଥମ ମାସିକ ରିପୋର୍ଟରେ ୨୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବନ୍ଦ କରିଥିବା କହିଥିଲା। ଏହି ସବୁ ଆକାଉଣ୍ଟ ଭାରତରୁ ହିଁ ପରିଚାଳନା ହେଉଥିଲା। କିନ୍ତୁ ଆକାଉଣ୍ଟଗୁଡ଼ିକ ଜରିଆରେ ଘାତକ ଓ ଅଗ୍ରହଣୀୟ ମେସେଜ ପଠାଇବାକୁ ଚେଷ୍ଟା କରାଯାଉଥିବାରୁ ସେଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କମ୍ପାନୀ କହିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ହ୍ୱାଟସଆପ୍ ବିଭିନ୍ନ କାରଣ ପାଇଁ ମାସିକ ୮୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରୁଛି।
ହ୍ୱାଟସଆପ୍ କହିଛି ଯେ ଅଗଷ୍ଟ ମାସରେ କମ୍ପାନୀ ପାଖକୁ ଆସିଥିବା ୪୨୦ଟି ରିପୋର୍ଟ ଗ୍ରହଣ କରାଯାଇଛି। ଏହା ମଧ୍ୟରୁ ୧୦୫ଟି ଆକାଉଣ୍ଟ ସପୋର୍ଟ, ୨୨୨ଟିରେ ଆକାଉଣ୍ଟକୁ ବ୍ୟାନ, ଅନ୍ୟ ସପୋର୍ଟ ପାଇଁ ୩୪ଟି ରିପୋର୍ଟ, ପ୍ରଡକ୍ଟ ସପୋର୍ଟ ପାଇଁ ୪୨ଟି ଓ ସୁରକ୍ଷା ସମ୍ପର୍କରେ ୧୭ଟି ରିପୋର୍ଟ ରହିଛି। କମ୍ପାନୀ ତୁରନ୍ତ ଏହା ମଧ୍ୟରୁ ୪୧ଟି ରିପୋର୍ଟ ଉପରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛି।
The post ଭାରତରେ ଆଉ ୨୦.୭ ଲକ୍ଷ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟସଆପ appeared first on Odisha Reporter.
from Odisha Reporter https://ift.tt/2YezoDq
No comments:
Post a Comment