ଗ୍ୱାଲିୟର(ଓଡ଼ିଶା ରିପୋର୍ଟର): ଠିକ୍ ସକାଳ ୯ଟା ବାଜିଲେ, ପିଲାଙ୍କ ସହ ସ୍କୁଲ ଯାଉଛି ଶୁଆ। ଫେରିବେ ବେଳେ ବି ସାଙ୍ଗ ହୋଇ ଫେରୁଛି। କେତେବେଳେ କାହା ମୁଣ୍ଡ ଉପରେ ତ ପୁଣି କେବେ କାହା କାନ୍ଧ ଉପରେ ବସି ଖେଳୁଛି। ବର୍ଷ ବର୍ଷ ଧରି ଚାଲିଛି ମଣିଷ ସହ ପକ୍ଷୀର ଏହି ଦୋସ୍ତି ।
ସ୍କୁଲ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି, ତାହା ବି କଥା ହୋଇପାରୁ ନ ଥିବା ଏହି ପକ୍ଷୀକୁ ଭଲ ଭାବେ ଜଣା। ଗତ କିଛି ଦିନ ମଧ୍ୟରେ ଏହି କୁନି ଛାତ୍ରଛାତ୍ରଙ୍କ ସହ ତାର ସମ୍ପର୍କ ଏତେ ବଢ଼ିଯାଇଛି ଯେ, ଆଖପାଖ ଅଞ୍ଚଳରେ ଏହି ଶୁଆକୁ ନେଇ ଚର୍ଚ୍ଚା ହେଉଛି। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଦେଖିବାକୁ ମିଳିଛି ଏହି ନିଆରା ଘଟଣା।
ଗ୍ୱାଲିୟର ଶାରଦା ବାଲଗ୍ରାମ ପାହାଡ଼ି ଜଙ୍ଗଲରେ ରହୁଥିବା ଏହି ଶୁଆ ଠିକ୍ ସକାଳ ୯ଟା ବାଜିଲେ ପିଲାମାନଙ୍କ ସହ ସ୍କୁଲରେ ପହଞ୍ଚି ଯାଇଥାଏ। ସ୍କୁଲରେ ଯେମିତି ପିଲାମାନେ ପ୍ରବେଶ କରନ୍ତି, ଠିକ୍ ସେହି ସମୟରେ ସେ ଖୋଲା ଆକାଶରେ ମନଖୋଲି ଉଡ଼ିଯାଏ। ଆଉ ଯେବେ ସ୍କୁଲର ବେଲ୍ ବାଜେ ଫେରିବା ବାଟରେ ସାଙ୍ଗ ହୋଇ ଫେରେ। ହଷ୍ଟେଲରେ ପିଲାମାନଙ୍କ ପ୍ରବେଶ ହେଉ ହେଉ ପୁଣି ସଂଧ୍ୟା ଆକାଶରେ ଉଡ଼ିଯାଏ। ଦିନେ କି ମାସେ ନୁହେଁ ଏମିତି ବର୍ଷ ବର୍ଷ ଧରି ଏମାନଙ୍କ ସହ ଦୋସ୍ତି କରିଛି ଏହି ଶୁଆ।
କେବଳ ସ୍କୁଲ ଯିବା ଆସିବା କାହିଁକି ଏହି ଛାତ୍ରଛାତ୍ରୀଙ୍କ ସହ ଏକାଠି ଖାଇଥାଏ ଏହି ଶୁଆ। ପିଲାମାନଙ୍କ ସହ ମଧ୍ୟ ମସ୍ତି ବି କରିଥାଏ। କେବଳ ଶୁଆ କାହିଁକି ପିଲାମାନେ ମଧ୍ୟ ଏହି ପକ୍ଷୀ ପ୍ରେମରେ ପଡ଼ିଯାଇଛନ୍ତି। ପିଲାମାନଙ୍କ ସହ ଏହି ଶୁଆର ଦୋସ୍ତି ସମସ୍ତଙ୍କ ଦୃଦୟ ଜିଣି ନେଇଛି।
The post ପିଲାଙ୍କ ସହ ଶୁଆ ବି ଯାଉଛି ସ୍କୁଲ, ଜମିଗଲାଣି ଦୋସ୍ତି appeared first on Odisha Reporter.
from Odisha Reporter https://ift.tt/3iqA0Nv
No comments:
Post a Comment