ଆର୍ଯ୍ୟନ୍‌ଙ୍କ ପରେ ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ଆର୍ଯ୍ୟନ୍‌ଙ୍କ ପରେ ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌

ମୁମ୍ବାଇ: ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସହ ଏନ୍‌ସିବି ଦ୍ୱାରା ଗିରଫ ହୋଇଥିବା ମୁନ୍‌ମୁନ୍‌ ଧମେଚା ଆଜି ବାଇକୁଲା ଜେଲ୍‌ରୁ ବାହାରିଛନ୍ତି। ବର୍ତ୍ତମାନ ଅରବାଜ ମର୍ଚ୍ଚାଣ୍ଡ ମଧ୍ୟ ଆର୍ଥର ରୋଡ ଜେଲରୁ ଶୀଘ୍ର ବାହାରିବା ନେଇ ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଅରବାଜ ଜେଲ୍‌ରୁ ବାହାରିଯିବେ ବୋଲି ତାଙ୍କ ବାପା କହିଛନ୍ତି।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କୁ ଗିରଫ କରିଥିଲା। ତେବେ ୨୯ ଅକ୍ଟୋବର ଦିନ ଆର୍ଯ୍ୟନ୍‌ଙ୍କ ସମେତ ଏହି ଦୁଇ ଜଣଙ୍କୁ ମଧ୍ୟ ଜାମିନ ମିଳିଥିଲା। ବମ୍ବେ ହାଇକୋର୍ଟ ଏମାନଙ୍କ ଜାମିନ ମଞ୍ଜୁର କରିଥିଲେ।

ତେବେ ଆର୍ଯ୍ୟନ୍‌ ଖାନ୍‌ ୩୦ ତାରିଖରେ ଜେଲ୍‌ରୁ ବାହାରି ମନ୍ନତ ପହଞ୍ଚିଥିଲେ। କିନ୍ତୁ ଏ ଦୁଇ ଜଣଙ୍କୁ ଜେଲ୍‌ରେ ରହିବାକୁ ପଡିଥିଲା। ଅରବାଜ ଏବଂ ମୁନମୁନ୍‌ଙ୍କ କାଗଜପତ୍ର ସମ୍ବନ୍ଧୀୟ କିଛି କାମ ବାକି ଥିବା ଯୋଗୁଁ ସେମାନେ ଆଉ ଗୋଟିଏ ଦିନ ଜେଲ୍‌ରେ ରହିଥିଲେ।

ସୂଚନା ମୁତାବକ କ୍ରୁଜ ଉପରେ ଏନ୍‌ସିବି ଚଢ଼ାଉ ପରେ ମୁନ୍‌ମୁନ୍‌, ଆର୍ଯ୍ୟନ୍‌ ଏବଂ ଅରବାଜଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ମୁନ୍‌ମୁନ୍‌ ଏବଂ ଅରବାଜଙ୍କ ଠାରୁ ପରେ ଡ୍ରଗ୍ସ ମିଳିଥିବା ନେଇ ଏନ୍‌ସିବି ସୂଚନା ଦେଇଥିଲା।

The post ଆର୍ଯ୍ୟନ୍‌ଙ୍କ ପରେ ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌ appeared first on Odisha Reporter.



from Odisha Reporter https://ift.tt/3GwB6BH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages