ପ୍ରେମ ବିବାହ କରିବାରୁ ଝିଅକୁ ଲଣ୍ଡା କରିଦେଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ପ୍ରେମ ବିବାହ କରିବାରୁ ଝିଅକୁ ଲଣ୍ଡା କରିଦେଲା ବାପା

ଭୋପାଲ: ପ୍ରେମ ବିବାହ କରିବା ହେଲା ପାପ। ଦଳିତ ଯୁବକଙ୍କୁ ବିବାହ କରିବାରୁ ଯୁବତୀଙ୍କୁ ମିଳଲା ଦଣ୍ଡ। ଓବିସି କାଷ୍ଟର ଜଣେ ନର୍ସିଂ ଛାତ୍ରୀଙ୍କୁ ତାଙ୍କ ବାପା ଶୁଦ୍ଧିକରଣ କରିବାକୁ ଯାଇ ନର୍ମଦା ନଦୀରେ ସ୍ନାନ କରାଇ ଲଣ୍ଡା କରିଦେଇଛନ୍ତି। କେବଳ ସେତିକି ନୁହେଁ ଅଇଁଠା ମଧ୍ୟ ଖୁଆଇଛନ୍ତି। ଏନେଇ ପୀଡିତା ଜଣକ ପୁଲିସରେ ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ବୈତୁଲରେ ଓବିସି କାଷ୍ଟର ଜଣେ ନର୍ସିଂ ଛାତ୍ରୀ ଜଣେ ଦଲିତ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଗତ ବର୍ଷ ଆର୍ଯ୍ୟ ସମାଜ ମନ୍ଦିରରେ ୨୪ ବର୍ଷୀୟ ସାକ୍ଷୀ ଯାଦବ ଏବଂ ୨୭ ବର୍ଷୀୟ ଅମିତ ଅହିରୱାରଙ୍କ ବିବାହ ହୋଇଥିଲା।

ବିବାହ ପରେ ଝିଅର ପରିବାର ଲୋକେ ଶାଶୁଘରୁ ପୁଲିସ ସାହାଯ୍ୟରେ ପୀଡିତାଙ୍କୁ ଘରକୁ ଆଣି ଦେଇଥିଲେ। ତେବେ ଅଗଷ୍ଟ ୧୮ ତାରିଖରେ ତାଙ୍କ ପିତା ତାଙ୍କୁ ନର୍ମଦା ନଦୀକୁ ନେଇ ୪ଜଣଙ୍କ ସାମ୍ନାରେ ଅଧା ଉଲଗ୍ନ କରି ତାଙ୍କର ଶୁଦ୍ଧିକରଣ କରିଥିଲେ। ନଦୀରେ ବୁଡ଼ ପକାଇବା ସହ, ତାଙ୍କୁ ଅଇଁଠା ପୁରୀ ଖାଇବାକୁ ଦିଆଯାଇଥିଲା। ତାଙ୍କୁ ଲଣ୍ଡା କରି ଦିଆଗଲା। ସେ ପିନ୍ଧିଥିବା ପୋଷାକ ସେଠାରେ ଫିଙ୍ଗି ଦିଆଯାଇଥିଲା। ଏକ ଦଲିତ ଯୁବକଙ୍କୁ ବିବାହ କରିବା ପରେ ଶୁଦ୍ଧିକରଣ ନାଁରେ ତାଙ୍କ ସହ ଏଭଳି ଅତ୍ୟାଚାର କରାଯାଇଥିବା ପୀଡିତା ଜଣକ ଅଭିଯୋଗ ଆଣିଛନ୍ତି।

ଏହାପରେ ତାଙ୍କୁ ରାଜଗଡ ପଢ଼ିବାକୁ ପଠାଇ ଦେଇଥିଲେ ତାଙ୍କ ବାପା। କିନ୍ତୁ  ଅକ୍ଟୋବର ୨୮ରେ ସେ ହଷ୍ଟେଲରୁ ଫେରାର ହୋଇ ବୈତୁଲ ଯାଇ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ବୋଲି ପୀଡିତା କହିଛନ୍ତି।  ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଅନ୍ୟ ଜଣେ ସମଜାତିର ଯୁବକଙ୍କୁ ବାବିହ କରିବାକୁ ବାଧ୍ୟ କରାଯାଉଥିବା ନର୍ସିଂ ଛାତ୍ରୀ ଜଣଙ୍କ କହିଛନ୍ତି। ଏଥିସହ ଏହି ମାମଲାରେ ପୁଲିସ ମଧ୍ୟ ତାଙ୍କ ବାପାଙ୍କ ସହ ମିଶିଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଥିବା ମଧ୍ୟ ସେ କହିଛନ୍ତି। ପୁଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ତାଙ୍କ ବାପାଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ପ୍ରେମ ବିବାହ କରିବାରୁ ଝିଅକୁ ଲଣ୍ଡା କରିଦେଲା ବାପା appeared first on Odisha Reporter.



from Odisha Reporter https://ift.tt/3msN2fv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages