ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାର ସିକ୍ୟୁରିଟି ଗାର୍ଡ ଗତକାଲି ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗୁଳି କରିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି। ଯୁବକଜଣକ ପାଚେରି ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଗୁଳି ଚଳାଇଥିବା ସିକ୍ୟୁରିଟି ଗାର୍ଡ କହୁଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି। ସୁରକ୍ଷାକର୍ମୀଙ୍କ ବନ୍ଧୁକ ଜବତ ସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ଏହି ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି।
ମୃତକଙ୍କ ଘର ଝାରସୁଗୁଡ଼ାରେ ହୋଇଥିବା ବେଳେ ସେ ନିଜ ମାଉସୀ ଘରକୁ ବୁଲି ଆସିଥିବା ବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ବାପା ଶଯ୍ୟାଶାୟୀ ଥିବା ବେଳେ ଘରେ ମା’ ଓ ୨ ଭାଇ, ଭଉଣୀ। ଅଛନ୍ତି। ସମସ୍ତେ ଛୋଟ ଥିବା ବେଳେ ମୃତ ଯୁବକ ହିଁ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପରିବାର ଲୋକ ଦାବି କରିଛନ୍ତି।
ଏନେଇ ଏସଡିପିଓ ସମ୍ବଲପୁର କହିଛନ୍ତି, ଏହି ଅଭିଯୋଗ ଉପରେ ରେଙ୍ଗାଳି ଥାନାରେ ଏକ କେସ୍ ହୋଇଛି। ଜଣଙ୍କୁ ଅଟକ ରଖି ତଦନ୍ତ କରୁଛୁ। କିଛି ଲୋକ ପାଚେରୀ ଡେଇଁ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ସିକ୍ୟୁରିଟି ଗାର୍ଡ ବିରୋଧ କରିଥିବା ବେଳେ ଗୁଳି ଚଳାଇଥିଲେ। ଗୁଳି ଜଣେ ଯୁବକଙ୍କ ଗୋଡ଼ରେ ବାଜିଥିବା ବେଳେ ସେ ସେଠାରୁ ପଳାଇଥିଲେ। ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି। କମ୍ପାନୀ ପକ୍ଷରୁ ମଧ୍ୟ ଏକ ପାଲଟା କେସ୍ କରାଯାଇଛି।
The post ଶ୍ୟାମ ମେଟାଲିକ୍ସ କାରଖାନାରେ ଗୁଳି ମାଡ଼ ଘଟଣା: ‘ମୃତକଙ୍କ ପରିବାରକୁ ୧୦ ଲକ୍ଷ ଦିଅ’ appeared first on Odisha Reporter.
from Odisha Reporter https://ift.tt/3A5jzMA
No comments:
Post a Comment