ଆବଶ୍ୟକ ସାମଗ୍ରୀ: ରିଫାଇନ୍ ତେଲ, ସିଝା ଆଳୁ ଚକଟା, କଟା ବନ୍ଧାକୋବି, କଟା କ୍ୟାପସିକମ୍, ଗ୍ରୀନ ମଟର, ରୁଟି, କଟା ବିନ୍, ମଇଦା, କଟା ଟମାଟୋ, କଟା ଗାଜର, କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଅଟା ଚକଟି ରୁଟି ପ୍ରସ୍ତୁତ କରନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ପରେ ସେଥିରେ କଟା ବନ୍ଧାକୋବି, କଟା କ୍ୟାପସିକମ୍ ଓ ଗ୍ରୀନ ମଟର ପକାଇ ଭାଜନ୍ତୁ। ପରେ ସେଥିରେ କଟା ବିନ୍, କଟା ଟମାଟୋ ଓ ଗାଜର ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ପରିବା ସବୁ ଭାଜି ହୋଇଗଲା ପରେ ସେଥିରେ କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ସିଝା ଆଳୁକୁ ଚକଟି ମସଲା ମିଶ୍ରଣରେ ପକେଇ ଭଲଭାବେ ଗୋଳେଇ ଦିଅନ୍ତୁ। କିଛି ସମୟ ତାକୁ ଘୋଡେ଼ଇ ଦିଅନ୍ତୁ। ଏହାପରେ ଆଳୁ ପୁରକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ରୁଟିକୁ ଦୁଇ ଭାଗ କରି କୋନ ଆକାରରେ କରନ୍ତୁ। ଏହାପରେ ଗୋଟିଏ ଚାମଚ ମଇଦାରେ ଅଳ୍ପ ପାଣି ଦେଇ ଏକ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ମସଲା ଆଳୁ ପୁରକୁ ରୁଟି କୋନ୍ରେ ଭର୍ତ୍ତି କରି ତା’ ଉପରେ ମଇଦାକୁ ଲଗାଇ ଦିଅନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ସମୋସାଗୁଡିକ ତେଲରେ ଟିକେ ନାଲି ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହା ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରୁଟି ସମୋସା।
The post ରୁଟି ସମୋସା appeared first on Odisha Reporter.
from Odisha Reporter https://ift.tt/2Y89525
No comments:
Post a Comment