ଚେନ୍ନାଇ: ସାଉଥ ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କୁ ମିଳିବ ସମ୍ମାନଜନକ ପୁରସ୍କାର। ଆସନ୍ତାକାଲି ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ରଜନୀକାନ୍ତ। ଏନେଇ ସେ ଆଜି ନିଜେ ସୂଚନା ଦେଇଛନ୍ତି।
ସେ ତାଙ୍କ ବାସଭବନରେ ଏକ ପ୍ରେସ୍ମିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଏହି ପୁରସ୍କାର ପାଇବେ ବୋଲି କେବେବି ଭାବିନଥିଲେ ବୋଲି କହିଛନ୍ତି ରଜନୀକାନ୍ତ। ଏଥିସହ ଏଭଳି ସମୟରେ ତାଙ୍କ ଗୁରୁ କେ.ବାଲାଚନ୍ଦ୍ର ତାଙ୍କ ପାଖରେ ନଥିବାରୁ ସେ ଦୁଃଖ କରିଥିଲେ। “ମୁଁ ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ବହୁତ ଖୁସି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅଲୋଚନା ବେଳେ ସେ କହିଛନ୍ତି।’
ସେ କହିଛନ୍ତି ଅକ୍ଟୋବର ୨୫ ମୋ ପାଇଁ ଦୁଇଟି କାରଣରୁ ବିଶେଷ ଖାସ୍ ଦିନ। ଗୋଟିଏ ମୋତେ ଦାଦା ସାହେବ ଫାଲକେ ପୁରସ୍କାର ଏବଂ ଆଉ ଗୋଟିଏ ମୋ ସାନ ଝିଅ ସୌନ୍ଦର୍ଯ୍ୟାଙ୍କ ନୂଆ ଆପ୍ ‘ହୁତି’ ଲଞ୍ଚ କରିବ।
ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଆସନ୍ତାକାଲି ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସେ ନିଜ ପୁରସ୍କାର ଗ୍ରହଣ କରିବେ। ଏପ୍ରିଲ୍ ମାସରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ ଯେ ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ, କରୋନା ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି।
ଲୋକପ୍ରିୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାରେ ସମ୍ମାନିତ କରାଯାଇଛି। ରଜନୀକାନ୍ତ ତାମିଲ ସିନେମାରେ ଆପୋରଭା ରାଗଙ୍ଗାଲଙ୍କ ସହ ଡେବ୍ୟୁ କରିଥିଲେ। ସେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଥାଲାଇଭା ଭାବରେ ଜଣାଶୁଣା।
ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସହିତ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଦିଆଯାଇଥିଲା।
The post ‘ଦାଦା ସାହେବ ଫାଲକେ’ ପୁରସ୍କାର ପାଇବେ ରଜନୀକାନ୍ତ appeared first on Odisha Reporter.
from Odisha Reporter https://ift.tt/3maRM9q
No comments:
Post a Comment