ତୁକୁମରେ ଆନ୍ଥ୍ରାକ୍ସ ଆଶଙ୍କା: ଜଣେ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ତୁକୁମରେ ଆନ୍ଥ୍ରାକ୍ସ ଆଶଙ୍କା: ଜଣେ ମୃତ, ୨ ଗୁରୁତର

ଲମତାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ୍ ତୁକୁମ ଗାଁରେ ଦେଖାଯାଇଛି ଆନ୍ଥ୍ରାକ୍ସ ଭୟ। ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିଲେ ବୋଲି କୁହାଯାଉଛି। ସେହିପରି ଆଉ ଦୁଇ ଜଣଙ୍କ ଠାରେ ଆନ୍ଥ୍ରାକ୍ସର ଲକ୍ଷଣ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଲମତାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟେଷ୍ଟ ରିପୋର୍ଟ ଆସିବା ପରେ ସେମାନଙ୍କୁ ଆନ୍ଥ୍ରାକ୍ସ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।

ତୁକୁମ ଗାଁକୁ ଆସି ସ୍ଥିତି ପରଖି ଥିବା ଡାକ୍ତର ସୁଜିତ କୁମାର ମିଶ୍ର କହିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇ ଜଣଙ୍କ ହାତରେ ଫୋଟକା ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗାଁରେ ଆଉ ପାଞ୍ଚ ଛଅ ଜଣଙ୍କୁ ଜ୍ୱର ହୋଇଛି। ସେମାନଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇ ପ୍ରାଥମିକ ଚିକିତ୍ସା ସ୍ୱରୂପ ଔଷଧ ଦିଆଯାଇଛି। ସେମାନଙ୍କର ନମୁନା ବି ଟେଷ୍ଟ ପାଇଁ ପଠାଯିବ। ତା’ପରେ ପ୍ରକୃତ କଥା ଜଣାପଡ଼ିବ।

ଡାକ୍ତର ମିଶ୍ର କହିଛନ୍ତି, ଯେଉଁ ଦୁଇ ଜଣଙ୍କ ହାତରେ ଫୋଟକା ହୋଇଛି, ସେମାନଙ୍କୁ ଆନ୍ଥ୍ରାକ୍ସ ହୋଇଥିବା ସନ୍ଦେହ କରାଯାଉଛି। କାରଣ ଗତ ରବିବାର ସେମାନେ ଏକ ମଲା ଗାଈର ମାଂସ ଖାଇଥିଲେ।

ସେହିପରି ଗୁରୁତର ଅସୁସ୍ଥ ଥିବା ମଦନ କିର୍ସାନୀ କହିଛନ୍ତି ଯେ ସେମାନେ ସପ୍ତାହେ ତଳେ ଏକ ମଲା ଗାଈର ମାଂସ ଖାଇଥିଲେ। ଗାଁର କେତେ ଜଣ ଲୋକ ସେହି ମାଂସ ଖାଇଛନ୍ତି, ତାହା ସେ କହି ନଥିବା ବେଳେ ୨୦ରୁ ୩୦ ଜଣ ଉକ୍ତ ମାଂସ ଭକ୍ଷଣ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୨ ମସିହାରେ ତୁକୁମ ଗାଁରେ ଆନ୍ଥ୍ରାକ୍ସରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସଚେତନ କରାଯିବା ସତ୍ତ୍ୱେ ଗାଁରେ କେହି କେହି ଲୁଚି କରି ମଲା ଗାଈଗୋରୁ ମାଂସ ଖାଇ ଦେଉଥିବା ଅଭିଯୋଗ ହୋଇଛି।

The post ତୁକୁମରେ ଆନ୍ଥ୍ରାକ୍ସ ଆଶଙ୍କା: ଜଣେ ମୃତ, ୨ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3B95GgL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages