ରାୟପୁରରେ କ’ଣ ଘଟିଥିଲା? ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଇଛି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ରାୟପୁରରେ କ’ଣ ଘଟିଥିଲା? ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଇଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁ ଓ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେମାନଙ୍କ ମଧ୍ୟରେ ବୁଝାମଣା କରିବାକୁ ପ୍ରୟାସ କରିଥିଲେ। ଆଉ ଏହି ଉଦ୍ୟମ ମନ୍ତ୍ରୀଙ୍କ ରାୟପୁର ସ୍ଥିତ ବାସଭବନରେ ହୋଇଥିଲା। ତେବେ ଏହା ବିଫଳ ହୋଇଥିଲା।’ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ ମମିତାଙ୍କ ମୋବାଇଲ ପୋଡ଼ିଯାଇଥିବା କଥା କୁହାଯାଉଛି। ମୋବାଇଲ୍ ପୋଡ଼ି ଯାଇଥାଉ କି ହଜିଯାଉ, ସେଥିରେ କିଛି ଫରକ ପଡ଼ିବନି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ କଲ୍ ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ।

ବିଜୟ ମହାପାତ୍ର କହିଛନ୍ତି ଯେ ତାଙ୍କ ପାଖରେ ଯାହା ସୂଚନା ଅଛି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କିଛି କଲ୍ ରେକର୍ଡକୁ ପୁଲିସ୍ ଯାଞ୍ଚ କରିଛି। ଆଉ ତଦନ୍ତ ରିପୋର୍ଟକୁ ସିଲ୍‌ କରି ତୃତୀୟ ମହଲାକୁ ନେଇଛି। ତେବେ ମନ୍ତ୍ରୀଙ୍କ ସମସ୍ତ କଲ୍‌ ରେକର୍ଡକୁ ପୁଲିସ୍ ଯାଞ୍ଚ କରିବା ଦରକାର।

ବିଜୟ କହିଛନ୍ତି ଯେ ଗୋବିନ୍ଦ ସାହୁଙ୍କ କଲେଜକୁ କେବଳ କିଛି ମନ୍ତ୍ରୀ ଯାଉ ନଥିଲେ। କିଛି ବଡ଼ ବଡ଼ ସରକାରୀ ଅଫିସର ବି ଯାଉଥିଲେ।

ପୁଲିସ୍ ଫିଲ୍ମ ଶୁଟିଂ କରିବା ଭଳି ଲାଗୁଛି’
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି, ପୁଲିସ୍ ମାମଲାକୁ ଦୁର୍ବଳ କରି ଦେବାକୁ ଚେଷ୍ଟା କରିବା ସହିତ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଖସାଇ ଦେବାକୁ ପ୍ରୟାସ କରୁଛି।

ଶ୍ରୀ ମହାପାତ୍ର କହିଛନ୍ତି, ପୁଲିସ୍ ଯେଉଁ ଭଳି ଭାବେ ତଦନ୍ତ କରୁଛି, ତାହା ନାଟକ ଭଳି ଲାଗୁଛି। ଡିଆଇଜି ଓ ଏସ୍‌ପି କୌଣସି ଅପରାଧର ତଦନ୍ତ କରୁଥିବା ଭଳି ଲାଗୁ ନାହିଁ। ଲାଗୁଛି ସେମାନେ ଯେମିତି ବଲାଙ୍ଗିର ଓ କଳାହାଣ୍ଡିରେ ଫିଲ୍ମର ଶୁଟିଂ କରୁଛନ୍ତି। ତଦନ୍ତ ସମୟର ରେକର୍ଡିଂ କରୁଛନ୍ତି, ତାକୁ ସମସ୍ତଙ୍କ ପାଖକୁ ପଠାଉଛନ୍ତି। ଠିକ୍ ଭାବରେ ତଦନ୍ତ ନ କରି ଅନାବଶ୍ୟକ କଥାରେ ପୁଲିସ୍ ଲିପ୍ତ ରହୁଛି, ତେଣୁ ସାଧାରଣରେ ସନ୍ଦେହ ଜାତ ହେଉଛି।

ସେ କହିଛନ୍ତି, କୁହାଯାଉଛି, ଗୋବିନ୍ଦ ସାହୁ ପୁଲିସ୍ ଆଗରେ ଦୋଷ ସ୍ୱୀକାର କରିଛି। ତା’ହେଲେ ୨୪ ଘଣ୍ଟା ମଧ୍ୟରେ କାହିଁକି ମାଜିଷ୍ଟ୍ରେଟଙ୍କ ଆଗରେ ତା’ର ଜୁଡିସିଆଲ୍ କନ୍‌ଫେସନ୍‌ କରାଇ ନାହିଁ ପୁଲିସ୍‌। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଜୁଡିସିଆଲ୍ କନ୍‌ଫେସନ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ୍ ସେହି କାର୍ଯ୍ୟଟି କରି ନାହିଁ। ପୁଲିସ୍ ଆଗରେ ସେ ଦୋଷ ସ୍ୱୀକାର କରିଛି ବୋଲି ଯାହା କୁହାଯାଉଛ, ତା’ର ମୂଲ୍ୟ କିଛି ନାହିଁ। ତେଣୁ କହିଲି ତାକୁ ଖସାଇ ଦେବାକୁ ମଧ୍ୟ ଉଦ୍ୟମ କରାଯାଇଛି।

ବିଜୟ ଦାବି କରିଛନ୍ତି ଯେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସମସ୍ତ ତଥ୍ୟର ତର୍ଜମା କରନ୍ତୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

The post ରାୟପୁରରେ କ’ଣ ଘଟିଥିଲା? ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଇଛି କି? appeared first on Odisha Reporter.



from Odisha Reporter https://ift.tt/2ZiwWMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages