ଲକ୍ଷ୍ନୌ: ଗତକାଲି ଗିରଫ ହୋଇଥିଲେ, ଆଜି ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଶନିବାର ୧୨ ଘଣ୍ଟା ଧରି ଜେରା କରିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। ଏହାପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଗିରଫ ମନ୍ତ୍ରୀଙ୍କ ପୁଅକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଶିଷ ମିଶ୍ରାଙ୍କୁ ଲଖିମପୁର ଖେରି ଜିଲ୍ଲା ଜେଲ୍ରେ ରଖାଯାଇଛି।
ଏହି ମାମଲାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଆଶିଷଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। ଆସନ୍ତାକାଲି ଏହି ରିମାଣ୍ଡ ଆବେଦନର ଶୁଣାଣି ହେବ।
ସୂଚନାଯୋଗ୍ୟ ଯେ, ଲଖିମପୁର ଖେରିରେ କୃଷକଙ୍କ ଉପରେ ଗାଡି ଚଢ଼ାଇବା ଅଭିଯୋଗରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ସେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି।
ଶରଣପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ଶନିବାର ପ୍ରାୟ ୧୧ଟାରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ। ତଦନ୍ତରେ ଆଶିଷ ମିଶ୍ରା ସହଯୋଗ କରିନଥିଲେ। ଅକ୍ଟୋବର ୩ ତାରିଖ ଅପରାହ୍ନ ୨.୩୬ରୁ ୩.୩୦ ମଧ୍ୟରେ କେଉଁଠି ଥିଲେ ପ୍ରଶ୍ନରେ ଆଶିଷ ଠିକ୍ରେ କିଛି କହିପାରିନଥିଲେ ଏବଂ ଏନେଇ ପ୍ରମାଣ ମଧ୍ୟ ଦେଇପାରିନଥିଲେ। ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ଏସ୍ଆଇଟିର ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇନଥିଲେ। ପୁଲିସର ଅନେକ ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ।
ପୁଲିସ ଦୁଇଥର ନୋଟିସ୍ ଦେବା ପରେ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ଶନିବାର କ୍ରାଇମ୍ବ୍ରାଞ୍ଚରେ ହାଜର ହୋଇଥିଲେ ଅଭିଯୁକ୍ତ ଆଶିଷ ମିଶ୍ରା।
The post ଜେଲ୍ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/3AtxoEL
No comments:
Post a Comment