‘ବିଦ୍ୟୁତ ସଙ୍କଟ ନାହିଁ, ଅପପ୍ରଚାର କରାଯାଉଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

‘ବିଦ୍ୟୁତ ସଙ୍କଟ ନାହିଁ, ଅପପ୍ରଚାର କରାଯାଉଛି’

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଦେଖାଦେଇଛି କୋଇଲା ଅଭାବ। ଏଥିଯୋଗୁଁ ବିଦ୍ୟୁତ ସଙ୍କଟ ଘନେଇବାରେ ଲାଗିଛି। ରାଜ୍ୟଗୁଡିକ ପାଖରେ ବେଶ୍‌ କମ୍‌ କୋଇଲା ଗଚ୍ଛିତ ରହିଛି। ଏଭଳି ସ୍ଥିତିରେ କୌଣସି ବିଦ୍ୟୁତ ସଙ୍କଟ ନାହିଁ। ଏନେଇ ଅଯଥା ଅପପ୍ରଚାର କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ।

ଆଜି ବିଦ୍ୟୁତ ସଙ୍କଟ ନେଇ ଦିଲ୍ଲୀରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହଙ୍କ ଘରେ କେତେକ ଘରୋଇ ବିଦ୍ୟୁତ କମ୍ପାନୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ବସିଥିଲା। ଏଥିରେ କୋଇଲା ଅଭାବ ଦୂର କିଭଳି କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା।

ତେବେ ବୈଠକ ପରେ କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତ, ରାଜଧାନୀ ଦିଲ୍ଲୀରେ କୌଣସି ପ୍ରକାରର ବିଦ୍ୟୁତ ସଙ୍କଟ ନାହିଁ। ଆମ ପାଖରେ କୋଇଲା ଭରପୂର ଷ୍ଟକ ରହିଛି। କୋଇଲା ଷ୍ଟକ୍ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି। ସଙ୍କଟ ନେଇ ଅଯଥା ଅପପ୍ରଚାର କରାଯାଉଛି। ଏନେଇ ଆମେ ଟାଟା ପାଓ୍ୱାର ସିଇଓଙ୍କୁ ଚେତାବନୀ ଦେଇଛୁ। ଉପଭୋକ୍ତାଙ୍କୁ କୌଣସି ଭତ୍ତିହୀନ ମେସେଜ ଦେଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସାରା ଦେଶରେ ବିଦ୍ୟୁତ୍ କେନ୍ଦ୍ରକୁ ଆବଶ୍ୟକ ପରିମାଣର ଗ୍ୟାସ୍ ଯୋଗାଣ ଜାରି ରଖିବାକୁ ମୁଁ GAIL CMDଙ୍କୁ କହିଛି। ଯୋଗାଣ ଜାରି ରହିବ ବୋଲି ସେ ମୋତେ ଆଶ୍ୱାସନା ଦେଇଛନ୍ତି। ଅତୀତରେ ଗ୍ୟାସର ଅଭାବ ନଥିଲା କିମ୍ବା ଭବିଷ୍ୟତରେ ଏହା ଘଟିବ ନାହିଁ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି।

ଶକ୍ତିମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଉକ୍ତ ବୈଠକରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ସମ୍ପର୍କରେ ବିଏସଇବି ଏବଂ ଟାଟା ପାୱାରର ପ୍ରତିନିଧୀ ତଥା ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।

ସୂଚନା ମୁତାବକ, ଥର୍ମାଲ ପାୱାର ପ୍ଲାଣ୍ଟରେ ଆଗାମୀ କିଛି ଦିନ ପାଇଁ ହିଁ କୋଇଲା ଷ୍ଟକ୍‌ ଅଛି। ଏଭଳି ସ୍ଥିତିରେ ଅନେକ ରାଜ୍ୟ ସ୍ପଷ୍ଟ କରିଦେଛନ୍ତି ଯେ, ଯଦି ଏପରି ପରିସ୍ଥିତି ଉପୁଜେ ତେବେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା କଷ୍ଟସାଧ୍ୟ ହେବ। ଦିଲ୍ଲୀ, ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜ୍ୟ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି କୋଇଲା ଯୋଗାଣ ସୁଗମ ନୁହେଁ, ତେବେ ଦିଲ୍ଲୀର ଲୋକଙ୍କୁ ବ୍ଲାକଆଉଟ୍ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ସେପଟେ  ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟମାନେ ନିଜ ସହରରେ ବିଦ୍ୟୁତ୍ କାଟ କରି ଯୋଗାଣକୁ ସ୍ୱାଭାବିକ ରଖିବାକୁ ଚେଷ୍ଟା କରୁଛନ୍ତି।

The post ‘ବିଦ୍ୟୁତ ସଙ୍କଟ ନାହିଁ, ଅପପ୍ରଚାର କରାଯାଉଛି’ appeared first on Odisha Reporter.



from Odisha Reporter https://ift.tt/3mJ3tnb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages