ମୁମ୍ବାଇ: ବାଜି ମାରିଲେ ଫ୍ଲୋରିନା ଗୋଗୋଇ। ଜିତିଲେ ‘ସୁପର ଡ୍ୟାନ୍ସର-ଚାପ୍ଟର ୪’। ପାଇଲେ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କା।
ଫ୍ଲୋରିନାଙ୍କୁ ମାତ୍ର ୭ ବର୍ଷ ହୋଇଛି। ତାଙ୍କ ଘର ଆସାମର ଜୋରହାଟ୍ରେ। ଏହି ଶୋ’ରେ ତାଙ୍କର ମେଣ୍ଟର ସାଜିଥିଲେ କୋରିଓଗ୍ରାଫର ତୁଷାର ଶେଟ୍ଟୀ। ତୁଷାରଙ୍କ ସହିତ ଫ୍ଲୋରିନା ଉଠାଇଥିଲେ ‘ସୁପର ଡ୍ୟାନ୍ସର-ଚାପ୍ଟର ୪’ ଟ୍ରଫି। ତୁଷାରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
‘ସୁପର ଡ୍ୟାନ୍ସର-ଚାପ୍ଟର ୪’ର ଟ୍ରଫି ଜିତିବା ପରେ ଫ୍ଲୋରିନା କହିଥିଲେ ଯେ ସେ କେବେ ବି ଏହାକୁ ଜିତିବେ ବୋଲି ଭାବି ନଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଟ୍ରଫି ଜିତି ସେ ଖୁବ୍ ଖୁସି ଥିବା କହିଥିଲେ।
ସେହିଭଳି ତାଙ୍କ ମେଣ୍ଟର ତଥା କୋରିଓଗ୍ରାଫର ତୁଷାର ଶେଟ୍ଟୀ କହିଥିଲେ, ସତ କହିବାକୁ ଗଲେ କେବେ ବି ଜିତିବୁ ବୋଲି ଭାବି ନଥିଲୁ। ଏହି ଶୋ’ରେ ଲୋକେ ଆମକୁ ଖୁବ୍ ସମର୍ଥନ କରିଛନ୍ତି। ଆମ ଯୋଡ଼ିକୁ ଲୋକେ ପସନ୍ଦ କରିଛନ୍ତି। ସେମାନେ ଆମକୁ ‘ଫ୍ଲୋତୁସ୍’ ନାଁ ଦେଇଛନ୍ତି। ଯେତେବେଳେ ଫ୍ଲୋରିନା ବେଶ୍ କିଛି ସମୟ ଧରି ସବୁଠୁ ଅଧିକ ଭୋଟ୍ ପାଇ ଚାଲିଲେ, ସେତେବେଳେ ଆମେ ଫାଇନାଲ୍ରେ ପହଞ୍ଚିଯିବୁ ବୋଲି ମୁଁ ଭାବିଥିଲି। ଆମକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିଛି। ଜିତିବା ପରେ ଲାଗୁଛି ଯେ ଆମକୁ ଆମ ୮/୯ ମାସର କଠିନ ପରିଶ୍ରମର ଫଳ ମିଳିଛି।
The post ବାଜି ମାରି ନେଲେ ଫ୍ଲୋରିନା, ଟ୍ରଫି ସାଙ୍ଗକୁ ପାଇଲେ ୧୫ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3mGvviR
No comments:
Post a Comment