ଅଭ୍ୟାସ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆରେ ଯୋଗଦେଲେ ଧୋନି, ଦେଖନ୍ତୁ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 17, 2021

ଅଭ୍ୟାସ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆରେ ଯୋଗଦେଲେ ଧୋନି, ଦେଖନ୍ତୁ ଫଟୋ

ଦୁବାଇ: ଟି-୨୦ ବିଶ୍ୱକପର ମୁଖ୍ୟ ଲଢ଼େଇ ପୂର୍ବରୁ ଆଜି ଟିମ ଇଣ୍ଡିଆ ତା’ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ମୈଦାନକୁ ଓହ୍ଲାଇବ। ଏହାପୂର୍ବରୁ ଟିମ ଇଣ୍ଡିଆ କ୍ୟାମ୍ପରେ ଯୋଗଦେଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଚଳିତ ଟି-୨୦ ବିଶ୍ୱକପରେ ଧୋନି ଟିମ ଇଣ୍ଡିଆର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବେ।

ଆଇପିଏଲ ଶେଷ ହେବା ମାତ୍ରେ ଧୋନି ଗତକାଲି ଟିମ ଇଣ୍ଡିଆର ଅଭ୍ୟାସ ସେସନରେ ଯୋଗଦେଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଧୋନି ଟିମ ଇଣ୍ଡିଆର କୋଚିଂ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି। ଏଥିସହ ବ୍ୟାଟିଂ ଷ୍ଟାଇଲ ସେମାନଙ୍କୁ ପ୍ରଦର୍ଶନ କରୁଛନ୍ତି।

ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆରେ ଧୋନି ଯୋଗଦେଇ ପଡ଼ିଆରେ ଛିଡ଼ା ହେବାର ବେଳର ଫଟୋ ଟ୍ୱିଟ କରିଛି। ଏଥିରେ ବିସିସିଆଇ ଲେଖିଛି ଯେ କିଙ୍ଗ ଏମଏସ୍‌ ଧୋନି ଟିମ ଇଣ୍ଡିଆକୁ କମବ୍ୟାକ୍‌ କରିଥିବାରୁ ତାଙ୍କୁ ସ୍ୱାଗତ। ସେ ନୂଆ ଭୂମିକାରେ ଦଳ ସହ ଯୋଗଦେଇଛନ୍ତି। ତାଙ୍କୁ ନେଇ ଆମେ ବେଶ ଉତ୍ସାହିତ ବୋଲି ବିସିସିଆଇ କହିଛି।


ଟିମ ଇଣ୍ଡିଆ ସହ ଧୋନି ଯୋଗଦେଇଥିବାରୁ ଏହା ଦଳକୁ ଟି-୨୦ ବିଶ୍ୱକପରେ ଅଧିକ ଫାଇଦା ଦେବ ବୋଲି ନିଜେ ଅଧିନାୟକ ବିରାଟ କୋହଲି କହିଛନ୍ତି। କାରଣ ଟି-୨୦ ଓ ଦିନିକିଆ ବିଶ୍ୱକପ ଜିତିବାର ଅଭିଜ୍ଞତା ଧୋନିଙ୍କ ପାଖରେ ରହିଛି। ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ଧୋନିଙ୍କୁ ମେଣ୍ଟୋର ଭାବେ ପାଇ ବେଶ ଉତ୍ସାହିତ ରହିଛନ୍ତି। ଦଳର ମନୋବଳ ବୃଦ୍ଧି କରିବାରେ ଧୋନିଙ୍କ ଉପସ୍ଥିତ ବେଶ କାମ କରିବ ବୋଲି କୁହାଯାଉଛି।

ଚଳିତ ଟି-୨୦ ବିଶ୍ୱକପରେ ଭାରତ ତା’ର ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ। ଏହାପୂର୍ବରୁ ଆଜି ଓ ୨୦ ତାରିଖରେ ଅଭ୍ୟାସ ମ୍ୟାଚ୍‌ ଖେଳିବ। ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଥିବା ଦ୍ୱିତୀୟ ମ୍ୟାଚ୍‌ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ।

ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ। ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ ବୋଲି ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏ ଓମାନ୍ ଓ ୟୁଏଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ ହେବ, ଯେଉଁଥିରେ ୮ଟି ଟିମ୍ ରାଉଣ୍ଡ-୧୨କୁ କ୍ୱାଲିଫାଏ କରିବା ଲାଗି ଖେଳିବେ। ପ୍ରଥମ ରାଉଣ୍ଡରୁ ୪ଟି ଟିମ୍ ରାଉଣ୍ଡ-୧୨ରେ ଯୋଗ ଦେବେ।

ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବାକୁ ଥିଲା, କିନ୍ତୁ ଦେଶରେ କରୋନା ମାମଲା ବଢ଼ୁଥିବାର ଦେଖିବା ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

The post ଅଭ୍ୟାସ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆରେ ଯୋଗଦେଲେ ଧୋନି, ଦେଖନ୍ତୁ ଫଟୋ appeared first on Odisha Reporter.



from Odisha Reporter https://ift.tt/3lSxfXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages