ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ନ୍ୟାୟ ପାଇଁ ଆଜି ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଷୀମାନେ ରେଳ ରୋକ କରିବେ। ପୂରା ହିଂସାକାଣ୍ଡ ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ଚାଷୀମାନେ ଏପରି ୬ ଘଣ୍ଟିଆ ରେଳ ରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଉତ୍ତର ପ୍ରଦେଶ ପୁଲିସ ଚାଷୀଙ୍କୁ ନ୍ୟାଶନାଲ ସିକ୍ୟୁରିଟ ଆକ୍ଟ (ଏନଏସ୍ଏ)ର ଧମକ ଦେଇ ଆନ୍ଦୋଳନରୁ ଦୂରେଇ ରହିବାକୁ କହିଛି।
କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ମାସ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏପରି ରେଳ ରୋକର ଡାକରା ଦିଆଯାଇଛି। ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏଥିରେ ୪ ଜଣ ଚାଷୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି।
ପୁଲିସ୍ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିଛି। ହେଲେ ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରୁଛନ୍ତି। ସେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ଥିବା ଯାଏ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏଣୁ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ୬ ଘଣ୍ଟା ପାଇଁ ଶାନ୍ତିପୂର୍ଣ୍ଣ ରେଳ ରୋକ କରାଯିବ।
ଅନ୍ୟପକ୍ଷରେ ମୋର୍ଚ୍ଚାର ରେଳ ରୋକରେ ଯୋଗଦେବାକୁ ଥିବା ଲୋକଙ୍କୁ ଧମକ ଦେଇଛି ଉତ୍ତର ପ୍ରଦେଶ ପୁଲିସ୍। ଯେଉଁମାନେ ରେଳ ରୋକ ଆନ୍ଦୋଳନରେ ସାମିଲ ହେବେ କିମ୍ବା ସ୍ୱାଭାବିକ ଜୀବନ ଯାତ୍ରାକୁ ପ୍ରଭାବିତ କରିବେ ସେମାନଙ୍କ ବିରୋଧରେ ଏନଏସ୍ଏ ଲାଗୁ କରି କଠୋର ଦଣ୍ଡ ଦିଆଯିବ ବୋଲି ପୁଲିସ୍ ଚେତାବନୀ ଦେଇଛି।
ମୋର୍ଚ୍ଚା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଘୃଣା, ବିଦ୍ୱେଷ ଓ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ସେ ହିନ୍ଦୁ ଓ ଶିଖ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତାଙ୍କ ନାଁରେ ଥିବା ଗାଡ଼ି ହିଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମଡ଼ାଇ ଦିଆଯାଇଛି। ସେ ତାଙ୍କ ପୁଅ ଆଶିଷଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।”
The post ଆଜି ଟ୍ରେନ ଅଟକାଇବେ ଚାଷୀ, ଏନଏସ୍ଏର ଧମକ ଦେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3n5AZUC
No comments:
Post a Comment