କଟକ(ଓଡ଼ିଶା ରିପୋର୍ଟର): କଟକରେ କମିଶନରେଟ ପୁଲିସକୁ ବଡ ସଫଳତା। ଏନ୍କାଉଣ୍ଟରରେ ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କାବୁ କରିଛି ପୁଲିସ। ପୁଲିସ ଏନ୍କାଉଣ୍ଟରରେ ରାକେଶ ଆହତ ହୋଇଛି। ରାକାର ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ତାଠାରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ ଧରିବାକୁ ପୁଲିସ ଉଦ୍ୟମ କରିଥିବା ବେଳେ ପୁଲିସ ଉପରକୁ ରାକା ପ୍ରଥମେ ଗୁଳିମାଡ଼ କରିଥିଲା। ଏହାର ପାଲଟା ଜବାବ ଦେଇଥିଲା ପୁଲିସ। ପରେ ପୁଲିସ ଗୁଳିମାଡରେ ରାକା ଆହତ ହୋଇଥିଲା। ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।
The post ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହାତ appeared first on Odisha Reporter.
from Odisha Reporter https://ift.tt/3p8fbdy
No comments:
Post a Comment