ଇମ୍ଫାଲ: କେନ୍ଦ୍ରୀୟ ମଣିପୁରର ଥୋଉବାଲ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ବଡ଼ ସଫଳତା ମିଳିଛି। ସରକାରଙ୍କୁ ବିରୋଧ କରି ହିଂସାକାଣ୍ଡ ଘଟାଉଥିବା ବିଦ୍ରୋହୀଙ୍କ ମଧ୍ୟରୁ ୪ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହି ଅପରେସନରେ ମଣିପୁର ପୁଲିସ ସହ ଆର୍ମିର ସ୍ପେଶାଲ ଫୋର୍ସ ସାମିଲ ହୋଇଥିଲେ।
ଶନିବାର ବିଳମ୍ବିତ ରାତିରେ ଥୋଉବାଲ ଜିଲ୍ଲାରେ ବିଦ୍ରୋହୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିଥିଲା। ଏହାପରେ ସେମାନଙ୍କୁ ଦମନ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମିଳିତ ଅପରେସନ। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରୁଥିବା ବେଳେ ବିଦ୍ରୋହୀମାନେ ଗୁଳିମାଡ଼ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା।
ରବିବାର ପ୍ରାୟ ଦିନ ତମାମ ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଶେଷରେ ସର୍ଚ୍ଚ ଅପରେସନ ବେଳେ ୪ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ଏହି ବିଦ୍ରୋହୀମାନେ କେଉଁ ଗୋଷ୍ଠୀର ସେକଥା ଜଣାପଡ଼ିନି। କିନ୍ତୁ ସ୍ଥାନୀୟ ରିପୋର୍ଟ ଅନୁସାରେ ଏମାନେ କୁକି ନାମକ ବିଦ୍ରୋହୀ ଗୋଷ୍ଠୀର ସଦସ୍ୟ ବୋଲି କୁହାଯାଇଛି।
କିଛି ଦିନ ତଳେ ବିଦ୍ରୋହୀ ଗୋଷ୍ଠୀ ସ୍ଥାନୀୟ ଆଦିବାସୀ ନେତା ଅଥୁଆନ ଅବୋନମାଇଙ୍କୁ ଅପହରଣ ପରେ ହତ୍ୟା କରିଥିଲେ। ଏହା ବିରୋଧରେ ମଣିପୁରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଥିଲା। ମଣିପୁର ରାଇଫଲ ଓ ପୁଲିସ ପ୍ରଶାସନ ଉକ୍ତ ନେତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଲୋକମାନେ ଅଭିଯୋଗ କରିଥିଲେ। ଏହି କାରଣରୁ ମଣିପୁର ସରକାର ୧୬ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଥିଲେ।
The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ବିଦ୍ରୋହୀ appeared first on Odisha Reporter.
from Odisha Reporter https://ift.tt/3iOj0AX
No comments:
Post a Comment