ଗାଡ଼ି ଧୀରେ ଚଳାଇବାକୁ କୁହାଯିବାରୁ ୫ ଜଣଙ୍କ ଉପରେ ମଡ଼ାଇ ଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ଗାଡ଼ି ଧୀରେ ଚଳାଇବାକୁ କୁହାଯିବାରୁ ୫ ଜଣଙ୍କ ଉପରେ ମଡ଼ାଇ ଦେଲେ ଯୁବକ

ଚଣ୍ଡିଗଡ଼: ହରିଆଣାର କର୍ଣ୍ଣାଲ ଜିଲ୍ଲାରେ ଚାଲିଥିବା ଗୋଟିଏ ବାହାଘର ଭୋଜିରେ ଅଭାବନୀୟ ଘଟଣା ଘଟିଛି। ଭୋଜି ଚାଲିଥିବାରୁ କିଛି ଲୋକ ଜଣେ ଯୁବକଙ୍କୁ ଧୀରେ ଗାଡ଼ି ଚଳାଇ ଉକ୍ତ ସ୍ଥାନରେ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଯୁବକ ଜଣଙ୍କ ଏଥିରେ ବିରକ୍ତ ପ୍ରକାଶ କରି ଭୋଜି ଅନୁଷ୍ଠିତ ହେଉଥିବା ସ୍ଥାନରେ ଛିଡ଼ା ହୋଇଥିବା ୫ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି।

ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। କର୍ଣ୍ଣାଲର ନିଲୋଖେରି ଅଞ୍ଚଳରେ ଏପରି ଘଟଣା ଘଟିଛି। ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରାଣ ହରାଇଥିବା ମହିଳାଙ୍କ ସମ୍ପର୍କୀୟ କହିଛନ୍ତି, ଅଭିଯୁକ୍ତ ଯୁବକ ଅଜୟ ସ୍ଥାନୀୟ ଅଞ୍ଚଳରେ ଖୁବ ଜୋରରେ ଗାଡ଼ି ଚଳାନ୍ତି। ତେବେ ବାହାଘର ଭୋଜିରେ ଅନେକ ଲୋକ ସାମିଲ ହୋଇଥିବାରୁ ତାଙ୍କୁ ଗାଡ଼ି ଧୀରେ ଚଳାଇବାକୁ ଘଟଣାଦିନ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସେ ଗାଡ଼ି ଧୀରେ ଚଳାଇବା ପରିବର୍ତ୍ତେ ୫ ଜଣଙ୍କ ଉପରେ ଏହାକୁ ମଡ଼ାଇ ଦେଇଛନ୍ତି।

ଅଜୟଙ୍କ ବାପାଙ୍କ ବିରୋଧରେ ମଧ୍ୟ ମହିଳାଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିଛନ୍ତି। ଅଜୟଙ୍କୁ ଗାଡ଼ି ଧୀରେ ଚଳାଇବାକୁ କୁହାଯିବା ବେଳେ ତାଙ୍କ ବାପା ଏହାକୁ ବିରୋଧ କରିଥିଲେ। ତାଙ୍କ ପୁଅ ସବୁବେଳେ ଯେମିତି ଗାଡ଼ି ଚଲାଉଥିଲା ବାହାଘର ଭୋଜି ଦିନ ମଧ୍ୟ ସେମିତି ଚଳାଇବ ବୋଲି ସେ କହିଥିଲେ।

ଏହାପରେ ଯୁବଙ୍କ ଜଣଙ୍କ ଗାଡ଼ିକୁ ଦ୍ରୁତଗତିରେ ଚଳାଇବା ସହ ଭୋଜି ଅନୁଷ୍ଠିତ ହେଉଥିବା ସ୍ଥାନରେ ଛିଡ଼ା ହୋଇଥିବା ୫ ଜଣଙ୍କ ଉପରେ ମଡ଼ାଇ ଦେଇଥିଲେ। ଏବେ ପୁଲିସ୍‌ ଅଭିଯୁକ୍ତ ଅଜୟ ଓ ତାଙ୍କ ବାପାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଗାଡ଼ି ଧୀରେ ଚଳାଇବାକୁ କୁହାଯିବାରୁ ୫ ଜଣଙ୍କ ଉପରେ ମଡ଼ାଇ ଦେଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/3iNxxg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages