ପୁଅ ଆର୍ଯ୍ୟନ୍‌ ସହ କଥା ହେଲେ ଶାହାରୁଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ପୁଅ ଆର୍ଯ୍ୟନ୍‌ ସହ କଥା ହେଲେ ଶାହାରୁଖ

ମୁମ୍ବାଇ: ପୁଅ ସହ କଥା ହେଲେ ବାପା ଶାହାରୁଖ। ଏନ୍‌ସିବି ଆର୍ଯ୍ୟନ୍‌ଙ୍କୁ ଗିରଫ କରିବା ପରେ ଆଜି ପ୍ରଥମ ଥର ପାଇଁ କଥା ହୋଇଛନ୍ତି ଶାହାରୁଖ ଖାନ୍‌। ଏନ୍‌ସିବି ବାପା-ପୁଅଙ୍କୁ କଥାବାର୍ତ୍ତା କରାଇଛି।

ଶାହାରୁଖ ଆର୍ଯ୍ୟନ୍‌ ସହ ଲ୍ୟାଣ୍ଡଲାଇନ୍‌ ଯୋଗେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ମାତ୍ର ୨ ମିନିଟ୍‌ କଥାବାର୍ତ୍ତା ହୋଇଛି। ଏହି ସମୟରେ ଶାହାରୁଖ ପୁଅ ଆର୍ଯ୍ୟନଙ୍କୁ ଧୈର୍ଯ୍ୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ପୁଅ ସହ କଥା ହୋଇ ଶାହାରୁଖ ବେଶ୍‌ ଭାବୁକ ହୋଇପଡିଥିବା ମଧ୍ୟ ଜଣାପଡିଛି।

ଆଜି ଆର୍ଯ୍ୟନଙ୍କ ପୁଲିସ ରିମାଣ୍ଡ ସରୁଛି। ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯିବ। ତେବେ ତାଙ୍କର ଏହି ରିମାଣ୍ଡ ଅବଧି ବଢ଼ୁଛି ନା ତାଙ୍କୁ ବେଲ୍‌ ମିଳୁଛି, ତାହା ଆଉ କିଛି ସମୟ ମଧ୍ୟରେ ଜଣାପଡିଛି। ରବିବାର ଆର୍ଯ୍ୟନ୍‌ଙ୍କ ଓକିଲ ସତିଶ ମାନେସିନ୍ଦେ କହିଥିଲେ, ସେ ଆଜି ରେଗୁଲାର କୋର୍ଟରେ ଆର୍ଯ୍ୟନଙ୍କ ବେଲ୍‌ ପାଇଁ ଆବେଦନ କରିବେ। ସେପଟେ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି ବଢ଼ାଇବା ନେଇ ଆବେଦନ କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଜଣାପଡିଛି।

ଏନସିବି କହିଛି ଯେ ଆର୍ଯ୍ୟନ ଖାନଙ୍କ ଚାଟ୍‌ ମେସେଜରୁ କିଛି ଡ୍ରଗ୍ ବେପାରୀଙ୍କ ବିଷୟରେ ସୂଚନା ମିଳିଛି। ସେମାନେ ଏହା ବିଷୟରେ ଆର୍ଯ୍ୟନଙ୍କ ପଚରାଉଚରା କରିବାକୁ ଚାହାଁନ୍ତି। ଡ୍ରଗ୍ସ ପାର୍ଟିରେ ସାମିଲ ସମସ୍ତ ବ୍ୟକ୍ତି ପରସ୍ପର ସହ ସମ୍ପର୍କରେ ଥିବା ଏନସିବି ଦାବି କରିଛି।

ଶନିବାର ରେଭ୍‌ ପାର୍ଟିରୁ ଧରାପଡିଥିବା ଆର୍ଯ୍ୟନ୍‌ଙ୍କୁ ରବିବାର ୧୨ ଘଣ୍ଟା ଜେରା ପରେ ଏନ୍‌ସିବି ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଏନ୍‌ସିବି ହେପାଜତଙ୍କୁ ପଠାଇଥିଲେ।

ଏହାରି ଭିତରେ କ୍ରୁଜ୍‌କୁ ଡ୍ରଗ୍ସ ସପ୍ଲାଏ କରିଥିବା ଡ୍ରଗ୍ସ ପେଡଲରକୁ ଏନ୍‌ସିବି ଗିରଫ କରିଦେଇଛି। ଗିରଫ ଡ୍ରଗ୍ସ ବ୍ୟବସାୟୀ ଜଣକ ହେଲେ ଶ୍ରେୟସ ନାୟର। ଏନ୍‌ସିବି ଗତ ରାତିରେ ହିଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶ୍ରେୟସଙ୍କୁ ଗିରଫ କରିଥିଲା। ଆର୍ଯ୍ୟନ୍‌ଙ୍କ ଖନ୍‌ଙ୍କ ହ୍ୱାଟସଅପ୍‌ ଚାଟ୍‌ରୁ ଶ୍ରେୟସ ନାୟର ବିଷୟରେ ସୂଚନା ମିଳିଥିଲା। କ୍ରୁଜ ଭିତରେ ଯେଉଁ ଏମ୍‌ଡିଏମ୍‌ଏ ଡ୍ରଗ୍ସ ମିଳିଥିଲା ତାକୁ ଶ୍ରେୟସ ହିଁ ସପ୍ଲଏ କରିଥିବା ଜଣାପଡିଛି।

The post ପୁଅ ଆର୍ଯ୍ୟନ୍‌ ସହ କଥା ହେଲେ ଶାହାରୁଖ appeared first on Odisha Reporter.



from Odisha Reporter https://ift.tt/3BaH5c6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages