ବିବାଦୀୟ ବୟାନ ପାଇଁ ଗିରଫ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ବିବାଦୀୟ ବୟାନ ପାଇଁ ଗିରଫ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ

ଗୌହାଟୀ: ଦୀର୍ଘ ୪୦ ବର୍ଷ ତଳେ ଆସାମରେ ଚାଲିଥିବା ଉଚ୍ଛେଦ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିବା ବିଧାୟକ ଶେରମନ ଅଲୀ ଅହମଦଙ୍କୁ ଆଜି କଂଗ୍ରେସ ଦଳକୁ ନିଲମ୍ବିତ କରିଛି। ଧାଡ଼ିକିଆ ନିଲମ୍ବନ ପତ୍ରରେ କଂଗ୍ରେସ କହିଛି ଯେ ଦଳ ଆଜି ତତ୍କାଳ ଭାବେ ବିଧାୟକ ଅହମଦଙ୍କୁ ନିଲମ୍ବିତ କରୁଛି। ସେ ନିୟମିତ ଭାବେ ଦଳର ନିୟମ ବାହାରେ କାମ କରୁଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୯୮୩ରେ ଡାରଙ୍ଗ ଜିଲ୍ଲାରେ ଉଚ୍ଛେଦ ଅଭିଯାନ ବେଳେ ୮ ଜଣଙ୍କ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ କିଛି ଦିନ ତଳେ ଅହମଦ ଠିକ୍‌ ବୋଲି କହିଥିଲେ। ଏଥିପାଇଁ ବାଘବରରୁ ୩ଥର ବିଧାୟକ ହୋଇଥିବା ଅହମଦଙ୍କୁ କଂଗ୍ରେସ କାରଣ ଦର୍ଶାଅ ନୋଟିସ କରିଥିଲା।

ଏଥିସହ ବିଭିନ୍ନ ଅନୁଷ୍ଠାନ ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଙ୍କ ନାଁରେ ଏଫଆଇଆର ହୋଇଥିଲା। ଶନିବାର ତାଙ୍କୁ ପୁଲିସ୍‌ ଅଟକ ରଖିବା ପରେ ଗିରଫ କରିଥିଲା। ଆଜି କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଛି।

ବିଜେପି ଶାସିତ ଆସାମରେ ଗତମାସରେ ହୋଇଥିବା ଉଚ୍ଛେଦ ଅଭିଯାନ ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେବା ବେଳେ ସେ ୧୯୮୩ ମସିହା ଘଟଣାକୁ ଉଠାଇଥିଲେ। ସେ କହିଥିଲେ, ୧୯୮୩ରେ ପ୍ରାଣ ହରାଇଥିବା ୮ ଜଣ ସହିଦ ନୁହନ୍ତି। ବରଂ ସେମାନେ ହତ୍ୟାକାରୀ।

ସେମାନେ ସିପାଝରରେ ସଂଖ୍ୟାଲଘୁଙ୍କ ନରସଂହାର କରିବା ଘଟଣାରେ ସାମିଲ ଥିଲେ। ନିଜକୁ ରକ୍ଷା କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପ୍ରତି ଆକ୍ରମଣ କରିବାରୁ ୮ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ବେଶ ବିବାଦ ହୋଇଥିଲା। ଏଥିପାଇଁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା।

The post ବିବାଦୀୟ ବୟାନ ପାଇଁ ଗିରଫ ବିଧାୟକଙ୍କୁ ନିଲମ୍ବିତ କଲା କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3ixrUT0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages