ଚାକିରି ଦେବାକୁ କହି ଗୃହବନ୍ଦୀ କରୁଛି ସଂସ୍ଥା, ଏପରି ସାଂଘାତିକ ଅଭିଯୋଗରେ ୫ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ଚାକିରି ଦେବାକୁ କହି ଗୃହବନ୍ଦୀ କରୁଛି ସଂସ୍ଥା, ଏପରି ସାଂଘାତିକ ଅଭିଯୋଗରେ ୫ ଅଟକ

କଳାହାଣ୍ଡି(ରାଜ କୁମାର ସିଂଦେଓ): ୨୨ ହଜାର ଦିଅ, ଚାକିରି ମିଳିବ କହି ପ୍ରଥମେ ପ୍ରଲୋଭନ ଦେଖାଉଛନ୍ତି। ଚାକିରି ଲୋଭରେ ଏହି ଜାଲରେ ଫସିଗଲେ ଚେନ ସିଷ୍ଟମ ବିଜନେସରେ ଲଗାଉଛନ୍ତି। ଏପରିକି ଥରେ ଏହି ସଂସ୍ଥାରେ ଏଣ୍ଟ୍ରି କଲେ,   ଗୃହ ବନ୍ଦୀ କରି ରଖୁଛନ୍ତି। ଅସହ୍ୟ ନିର୍ଯାତନା ଦେଉଛନ୍ତି। ଏପରିକି  ଅଧିକ କ୍ଲାଇଣ୍ଟ ଯୋଗାଡ଼ କରିବାକୁ ଚାପ ପକାଉଛନ୍ତି। ଚାକିରି ନାଁରେ ବିଭିନ୍ନ ଜିଲ୍ଲାର ପ୍ରାୟ ୬୦ ଯୁବକ ଗୋଟିଏ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଅଭିଯୋଗ ହେବା ପରେ ପୁଲିସ୍‌  ୫ ଜଣଙ୍କୁ ଅଟକ ରଖିଛି। । ଏପରି ସାଂଘାତିକ ଘଟଣା କଳାହାଣ୍ଡି ଜିଲ୍ଲା ଭବାନିପାଟଣାର ଚୁଡ଼ିହାରିପଡାରେ ଘଟିଛି।

ସ୍ଥାନୀୟ ଚୁଡ଼ିହାରିପଡାର ଏକ ଘରେ ବେନାମୀ ସଂସ୍ଥା( STL )ବିଭିନ୍ନ ଜିଲ୍ଲା ଓ ରାଜ୍ୟର ୬୦ରୁ ଉର୍ଦ୍ଧ୍ୱ  ବେକାରୀ ଯୁବକ ଓ ବ୍ୟକ୍ତିମାନଙ୍କୁ ରଖି ତାଲିମ ଦିଆଯାଉଛି । ପୁଲିସ୍‌ ସୂଚନା ପାଇ ଉକ୍ତ ସ୍ଥାନକୁ ଯିବା ପରେ  ଚଢ଼ାଉ କରି ବହୁ କାଗଜପତ୍ର ଯାଞ୍ଚ କରିଛନ୍ତି। ଏଥିସହ ସଂସ୍ଥାର ୫ ଜଣଙ୍କୁ ଟାଉନ ଥାନାକୁ ଆଣି ପଚରା ଉଚରା କରୁଛି। ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ।  ଏପଟେ ଏହି କାର୍ଯ୍ୟ କଳାପ ରେ ସମ୍ପୃକ୍ତ ଥିବା ଯୁବକ ସଂଜୀବ ଜେନା ଚାକିରୀ ନୁହଁ ବରଂ ବିଜିନେସ କରୁଥିବା ସଫେଇ ଦେଇଛନ୍ତି ।

ଠକେଇର ଶିକାର ହୋଇଥିବା ବିହାରର ଯୁବକ ମନୀଷ କୁମାର କହିଛନ୍ତି, ଭଲ ଚାକିରି ଆଶାରେ ଆମେ ଏଠାକୁ ଆସିଥିଲୁ। ସିଟ୍‌ ବୁକ୍‌ କରିବାକୁ ପ୍ରଥମେ ୧୪ ହଜାର ଦେବାକୁ କହିଲେ। ହେଲେ ଏଠାରେ ଆସି ପହଞ୍ଚିବା ପରେ  ଏହା କେବଳ ନେଟୱର୍କ କାମ ବୋଲି ଜାଣିବାକୁ ପାଇଲୁ । ଏହାପରେ ନିର୍ଯାତନା ଆରମ୍ଭ କଲେ। ଆମ ଦ୍ୱାରା ବାହାରୁ ପିଲା ଆଣିବାକୁ ଚାପ ପକାଇଲେ। ଘରକୁ ଛାଡ଼ୁ ନାହାନ୍ତି।  ସବୁବେଳେ କଡ଼ା କଟକଣାରେ ରଖୁଛନ୍ତି। ଗେଟ୍‌ ବନ୍ଦ ରହୁଛି। ବାହାରକୁ ଗଲେ ସାଙ୍ଗରେ ଜଣେ ସିନିୟରକୁ  ସାଙ୍ଗରେ ଛାଡ଼ୁଛନ୍ତି।

ତେବେ ଏହି ଠକେଇରେ ଶିକାର  ହୋଇଥିବା ପୁରୀ କାକଟପୁର ର ସୌମ୍ୟ ରଞ୍ଜନ ବହୁ କଷ୍ଟରେ ସେଠାରୁ ଉଦ୍ଧାର ପାଇ ବାହାରକୁ ଆସିଛନ୍ତି।

ଉଦ୍ଧାର କରିଥିବା ଭବାନୀ ପାଟଣାର ସୁଶାନ୍ତ ମେହେର ନାମକ ଯୁବକ କହିଛନ୍ତି, ୨୨ ହଜାର ନେଉଛନ୍ତି। ଏହାପରେ  ଆଉ ୨ଟି ପିଲାକୁ ଡାକିବାକୁ ଚାପ ପକାଉଛନ୍ତି। ଏହିପରି ଚେନ୍‌ ସିଷ୍ଟମରେ ଏହାକୁ ବଢ଼ାଇ ଚାଲିଛନ୍ତି।

ହେଲେ,ସଂସ୍ଥା କର୍ମକର୍ତ୍ତା ସୁଶାନ୍ତ ଜେନା କହିଛନ୍ତି,   ଯିଏ ବି ଆସୁଛି କାମ କରୁଛି।  ଯାହାର ଇଚ୍ଛା ହେଉନି ଯାଇ ପାରୁଛି। ଆମେ କାମ କରିବାକୁ ଡାକୁଛୁ । ଚାକିରି କରୁବାକୁ ଡାକୁ ନାହୁଁ।

The post ଚାକିରି ଦେବାକୁ କହି ଗୃହବନ୍ଦୀ କରୁଛି ସଂସ୍ଥା, ଏପରି ସାଂଘାତିକ ଅଭିଯୋଗରେ ୫ ଅଟକ appeared first on Odisha Reporter.



from Odisha Reporter https://ift.tt/3A5reKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages